Report Card Odisha

| Daily Odia News

ସମ୍ବଲପୁରରେ ୧୪୪ ଧାରା ଜାରି…..

ରିପୋର୍ଟ କାର୍ଡ / ସମ୍ବଲପୁର

ଆସନ୍ତାକାଲି ସମ୍ବଲପୁର ସଂସଦୀୟ କ୍ଷେତ୍ରରେ ଭୋଟ ଗ୍ରହଣ କରାଯିବ। ଭୋଟ ପୂର୍ବରୁ ଏଠାରେ ୧୪୪ ଧାରା ଜାରି କରାଯାଇଛି। ୧୪୪ ଧାରା ଜାରି ହୋଇଥିବା ସୂଚନା ଦେଇଛନ୍ତି ସମ୍ବଲପୁର ପୁଲିସ ମୁଖ୍ୟ। କାଲି ମତଦାନ ଥିବାରୁ ଶାନ୍ତି ଶୃଙ୍ଖଳା ବଜାୟ ରଖିବାକୁ ପୁଲିସ ଏହି ପଦକ୍ଷେପ ଗ୍ରହଣ କରିଥିବା ସୂଚନା ମିଳିଛି। ଆସନ୍ତା ୨୬ ତାରିଖ ସକାଳ ୧୦ଟା ଯାଏଁ ୧୪୪ ଧାରା ଲାଗୁ ହୋଇଛି। କେତେକ ସମ୍ବେଦନଶୀଳ ବୁଥରେ ସିଆରପିଏଫ୍‌‌ ଯବାନ ମୁତୟନ ରହିବେ ବୋଲି ସୂଚନା ମିଳିଛି।

Breaking News