ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଫଗାନିସ୍ତାନରେ ୧୫୦ ଜଣଙ୍କୁ ଉଠାଇନେଲେ ତାଲିବାନୀ । ଅଧିକାଂଶ ଭାରତୀୟ ରହିଥିବା ନେଇ ସୂଚନା ମିଳିଛି । କାବୁଲ ବିମାନବନ୍ଦର ପାଖରୁ ତାଲିବାନୀ ଉଠାଇ ନେଇଛନ୍ତି | ସେମାନେ ସୁରକ୍ଷିତ ଥିବା ନେଇ ସୂଚନା ମିଳିଛି | ତାଲିବାନ ଗଣମାଧ୍ୟମରେ ପ୍ରକାଶ ପାଇଛି । ତେବେ ତାଲିବାନ ଏପରି ଖବରକୁ ଖାରଜ କରିଛି। ଏହି ଖବର କାବୁଲରେ ଥିବା ନ୍ୟୁୟର୍କ ଟାଇମ୍ସର ପ୍ରତିନିଧି ସରିଫ୍ ହାସନ ଟ୍ୱିଟ୍ କରି କହିଛନ୍ତି। ସେ ତାଲିବାନ ମୁଖପାତ୍ରଙ୍କୁ ପାଖରୁ ଖବର ପାଇ ଏହି ସୂଚନା ଦେଇଛନ୍ତି ବୋଲି କହିଛନ୍ତି। ଦେଶର ବୈଦେଶିକ ମନ୍ତ୍ରାଳୟ କିନ୍ତୁ ଏ ନେଇ କୌଣସି ପ୍ରତିକ୍ରିୟା ଦେଇ ନାହିଁ। ଏହି ଖବର ପ୍ରକାଶିତ ହେବାର କିଛି ସମୟ ପୂର୍ବରୁ କିନ୍ତୁ ଭାରତୀୟ ବାୟୁସେନାର C-130J ବିମାନ କାବୁଲରୁ ପ୍ରାୟ ୮୫ ଜଣ ଭାରତୀୟଙ୍କୁ ସ୍ଥାନାନ୍ତର କରିବାରେ ସଫଳ ହୋଇଛି। ସେମାନେ ଏବେ ଭାରତ ଅଭିମୁଖେ ଯାତ୍ରା କରୁଛନ୍ତି। ବିମାନଟି ତାଜିକିସ୍ତାନରେ ନିରାପଦରେ ଅବତରଣ କରିଛି ବୋଲି ସୂତ୍ରରୁ ପ୍ରକାଶ। ଏବେ ଆଉ ଏକ ବିମାନ C-17 କାବୁଲରେ ରହିଛି ଯେକୌଣସି ସମୟରେ ଭାରତୀୟଙ୍କୁ ଆଣିବା ପାଇଁ। ଆଜି ସକାଳ ପାଖରୁ ଆଫଗାନିସ୍ତାନରେ ଥିବା ଅଧିକରୁ ଅଧିକ ଭାରତୀୟଙ୍କୁ କାବୁଲର ବିମାନବନ୍ଦରକୁ ଆଣିବାକୁ ଚେଷ୍ଟା କରାଯାଉଛି। ଏଥିପାଇଁ ଏକ ନିରାପଦ ଯାତ୍ରା ବ୍ୟବସ୍ଥା ହୋଇଥିବା ସୂଚନା ରହିଛି। ଆସନ୍ତାକାଲି ତାଲିବାନ ତାର ସରକାର ଗଢ଼ିବା ନେଇ ଘୋଷଣା କରିବାର ସମ୍ଭାବନା ରହିଛି। ଏହା ପୂର୍ବରୁ ଯଥାସଂଖ୍ୟକ ଭାରତୀୟଙ୍କୁ କାବୁଲ ବିମାନବନ୍ଦରରେ ଆଣି ସୁରକ୍ଷିତ ରଖିବାକୁ ପ୍ରୟାସ କରୁଛି ଭାରତ।






More Stories
ଟିଏମସି ନେତାଙ୍କୁ ବିଜେପି ମନା…..
ବସ୍ –ଟ୍ୟାଙ୍କର ଧକ୍କା ,୧୬ ଜୀବନ୍ତ ଦଗ୍ଧ…..
ଶୁଭେନ୍ଦୁ ଅଧିକାରୀଙ୍କ PAଙ୍କୁ ହତ୍ୟା…..