ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଚୀନ ଜିଆଙ୍ଗସି ରାଜ୍ୟରେ ଏକ ବଡ଼ ଧରଣର ଦୁର୍ଘଟଣା ହୋଇଛି । ନାନଞ୍ଚାଙ୍ଗ କାଉଣ୍ଟି ଠାରେ ଗାଡ଼ିକୁ ଗାଡ଼ି ଧକ୍କା ଦେବା ଫଳରେ ଏହି ଦୁର୍ଘଟଣା ହୋଇଥିବା ଜଣାପଡ଼ିଛି । ଏଥିରେ ୧୭ଜଣଙ୍କ ମୃତ୍ୟୁ ହୋଇଛି । ୨୨ଜଣ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।ଦୁର୍ଘଟଣାର କାରଣ ଜଣାପଡ଼ିନଥିବା ବେଳେ ପ୍ରବଳ କୁଡି ଯୋଗୁଁ ଦୁର୍ଘଟଣା ଘଟିଥାଇପାରେ ବୋଲି କୁହାଯାଉଛି । ଚୀନର ଗଣମାଧ୍ୟମ ସୂଚନା ଅନୁସାରେ ନାନଞ୍ଚାଙ୍ଗ କାଉଣ୍ଟି ଟ୍ରାଫିକ୍ ପକ୍ଷରୁ ସୁରକ୍ଷିତ ଡ୍ରାଇଭିଂ ପାଇଁ ନିର୍ଦେଶ ଜାରି କରାଯାଇଛି । କୁହୁଡ଼ିରେ ଗାଡ଼ି ଚଳାଚଳ ପାଇଁ ଫଗ୍ ଲାଇଡ୍ ଦେଖି ଯାତାୟାତ କରିବାକୁ କୁହାଯାଇଛି । ତାହା ସହ ହଠାତ୍ ରାସ୍ତା ଅତିକ୍ରମ କରିବାକୁ ବାରଣ କରାଯାଇଛି । ପୋଲିସ ପହଂଚହିଁ ଘଟଣାର ତଦନ୍ତ କରୁଥିବା ସୂଚନା ମିଳିଛି |






More Stories
ଯୁବଶକ୍ତି ଦେଶର ସବୁଠୁ ମୂଲ୍ୟବାନ ସମ୍ପତ୍ତି…..
“ଆଜି,ଭାରତ ଏକ ସ୍ଥିର ସରକାର ସହିତ ବିଶ୍ୱ ସ୍ତରରେ ପ୍ରଗତି କରୁଛି……
ବିନୟତୋଷ ମିଶ୍ରଙ୍କୁ ଡିଜିପି ଦାୟିତ୍ୱ……