Report Card Odisha

| Daily Odia News

ରାଜ୍ୟରେ ବଢୁଛି ସଂକ୍ରମଣ, ୨୪ ଘଣ୍ଟା ମଧ୍ୟରେ ୧୭୮୪ କରୋନା ପଜିଟିଭ ଚିହ୍ନଟ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟରେ ଦିନକୁ ଦିନ ସଂକ୍ରମଣ ବଢି ବଢି ଚାଲିଛି। ଆଜି ରାଜ୍ୟର ୩୦ ଜିଲ୍ଲାରୁ ୧୭୮୪ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି | ସେମାନଙ୍କ ମଧ୍ୟରୁ ୧୦୩୪ କ୍ୱାରେଣ୍ଟିନରୁ ବାହାରି ଥିବାବେଳେ ୭୪୯ ଲୋକାଲ କଣ୍ଟାକ୍ଟ ଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା | ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୫୩୦୮୬ରେ ପହଞ୍ଚିଛି । ମିଳିଥିବା ସୂଚନା ଅନୁସାରେ ନୂଆପଡ଼ାରୁ ୩୦୩ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିବାବେଳେ ସୁନ୍ଦରଗଡ଼ରୁ ୨୪୧ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ସେହିପରି ଖୋର୍ଦ୍ଧାରୁ ବାହାରିଛନ୍ତି ୨୦୧ ସଂକ୍ରମିତ। ସେହିପରି, ଅନୁଗୁଳରୁ ୨୦ ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିବାବେଳେ ବାଲେଶ୍ୱରରୁ ୭୨, ବରଗଡରୁ ୮୭, ଭଦ୍ରକରୁ ୩୦, ବଲାଙ୍ଗିରରୁ ୯୧, ବୌଦ୍ଧରୁ ୪, କଟକରୁ ୫୯, ଦେବଗଡରୁ ୧୨, ଢେଙ୍କାନାଳରୁ ୨, ଗଜପତିରୁ ୧୬, ଗଞ୍ଜାମରୁ ୮୦, ଜଗତ୍‌ସିଂହପୁରରୁ ୭, ଜାଜପୁରରୁ ୩୩, ଝାରସୁଗୁଡାରୁ ୧୦, କଳାହାଣ୍ଡିରୁ ୬୮, କନ୍ଧମାଳରୁ ୧୩, କେନ୍ଦ୍ରାପଡାରୁ ୧୮, କେନ୍ଦୁଝରରୁ ୫୪, କୋରାପୁଟରୁ ୧୦ ଏବଂ ମାଲକାନଗିରିରୁ ଜଣେ ମାତ୍ର ରୋଗୀ ଚିହ୍ନଟ ହୋଇଛନ୍ତି। ମୟୂରଭଞ୍ଜରୁ ୨୭, ନବରଙ୍ଗପୁରରୁ ୬୭, ନୟାଗଡ଼ରୁ ୧୪, ପୁରୀରୁ ୫୩, ରାୟଗଡ଼ାରୁ ୨୫, ସମ୍ବଲପୁରରୁ ୧୧୪, ସୋନପୁରରୁ ୬ ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଷ୍ଟେଟ ପୁଲ୍‌ରୁ ବାହାରିଛନ୍ତି ୪୬ ରୋଗୀ। ସୂଚନାଥାଉ କି, ଆଜିର ସଂଖ୍ୟାକୁ ମିଶାଇ ରାଜ୍ୟରେ ମୋଟ ୯୪,୨୮,୪୬୯ ନମୂନା ପରୀକ୍ଷା କରାଯାଇଥିବାବେଳେ ୩,୫୩,୦୮୬ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି। କରୋନାରୁ ସୁସ୍ଥ ହୋଇଛନ୍ତି ୩,୪୦,୬୦୦। ରାଜ୍ୟରେ ଆକ୍ଟିଭ କେସ ଅଛି ୧୦, ୫୦୩।

 

 

Breaking News