ରିପୋର୍ଟ କାର୍ଡ / ଭୁବନେଶ୍ୱର
ଭୁବନେଶ୍ୱର ଶ୍ରୀ ଜଗନ୍ନାଥ ସଂସ୍କୃତି ପରିଷଦ ପକ୍ଷରୁ ୧୮୮ ତମ କଥାମୃତ ଓ ଭଜନ ଚକେଇସିଆଣି ସ୍ଥିତ ଶ୍ରୀ ଲକ୍ଷ୍ମୀନାରାୟଣ ମନ୍ଦିର ରେ ଅନୁଷ୍ଠିତ ହୋଇଯାଇଛି | ସଭାପତି ଶ୍ରୀମତୀ ସଞ୍ଚିତା ମହାନ୍ତି ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ବୈଠକରେ ପ୍ରଥମେ ପରିଷଦ ର କଳାକାର ମାନେ ଭଜନ ପରିବେଷଣ କରିଥିଲେ | ପରେ ପରେ ପ୍ରବକ୍ତା ଡ ପ୍ରଶାନ୍ତ କୁମାର ରଥ ସ୍କନ୍ଦ ପୁରାଣ ଆଧାରିତ ଶ୍ରୀଜଗନ୍ନାଥ କଥାମୃତ ସମସ୍ତଙ୍କୁ ଶୁଣାଇଥିଲେ | ଡ ମହାପାତ୍ର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅଲୌକିକ ଘଟଣା ଓ ମହିମା ବିଷୟ ରେ ବହୁତ ତଥ୍ୟ ସମସ୍ତଙ୍କୁ ଶୁଣାଇଥିଲେ | ଶ୍ରୀଜୀଉମାନଙ୍କ ବିଭିନ୍ନ ଯାତ୍ରା ସମନ୍ଧରେ ମଧ୍ୟ କହିଥିଲେ | ଏହି କାର୍ଯ୍ୟକ୍ରମ ରେ ପରିଷଦ ପକ୍ଷରୁ ପ୍ରଭାତ କୁମାର ନନ୍ଦ, ପର୍ଶୁରାମ ପତି, କଲ୍ୟାଣ ପତି, ପୂର୍ଣ୍ଣଚନ୍ଦ୍ର ରଥ, ରବିନାରାୟଣ ମିଶ୍ର, ତ୍ରିଲୋଚନ ନାୟକ, ବଂଶୀଧର ନାୟକ, ଅକ୍ଷୟ ସାହୁ, ମଳୟ ଜେନା, ଅଜୟ ଦାଶ, ରବିନାରାୟଣ ମହାପାତ୍ର, ସମ୍ପାଦକ ନାରାୟଣ ମହାପାତ୍ର, ଅଜୟ ହରିଚନ୍ଦନ, , ଅଶୋକ ବଳ, ଶ୍ରୀନିବାସ ରାଓ, ଦିବ୍ୟ ରଞ୍ଜନ ପଟ୍ଟନାୟକ, ଦିଲ୍ଲୀପ ମହାନ୍ତି, ସୁମିତା ତ୍ରିପାଠୀ, ଜ୍ୟୋତ୍ସ୍ନା ଦାସ ତନୁଜା ମିଶ୍ର, ଅଜୟ ରାଉତ, ସଞ୍ଜୟ ଦେବ, ଅକ୍ଷୟ ଉପାଧୟ,ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ|






More Stories
ବଙ୍ଗାଳୀ ଶ୍ରମିକଙ୍କୁ ହତ୍ୟା ,୬ ଗିରଫ…..
ଅଭିଯୁକ୍ତର ଘର ଭାଙ୍ଗିଲେ ଉତ୍ତ୍ୟକ୍ତ ଲୋକେ…..
କାର୍କୁ ଘୋଷାଡ଼ି ନେଲା ଟ୍ରକ…..