ରିପୋର୍ଟ କାର୍ଡ / ଜଗତସିଂହପୁର
ଭାରସାମ୍ୟ ହରାଇ ଗଛରେ ପିଟି ହୋଇ ବୋଲେରୋ ଦୁର୍ଘଟଣା ଘଟିଛି | ଦୁର୍ଘଟଣାରେ ୧୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୬ଜଣ ମହିଳା ରହିଛନ୍ତି । ସମସ୍ତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ-ନୟାଗଡ଼ରୁ ଘଟଗାଁ ତାରିଣୀ ଦର୍ଶନ ଲାଗି ଯାଉଥିଲା ବୋଲେର । କିନ୍ତୁ ଗାଡିଟି ଓଏମ୍ପି ଛକରୁ ଭୁଲ୍ ରାସ୍ତାରେ ଚାଲିଯାଇଥିଲା । ଯାହାଫଳରେ ଗାଡିଟି ଘଟଗାଁ ଅଭିମୁଖେ ଯିବା ପରିବର୍ତ୍ତେ ଜଗତସିଂହପୁର ଆଡକୁ ଯାଉଥିଲା । କିନ୍ତୁ ଗାଡିଟି କଟକ-ଜଗତସିଂହପୁର ଜାତୀୟ ରାଜପଥର ନୂଆ ପୋଲ ନିକଟରେ ଭାରସାମ୍ୟ ହରାଇ ଗଛରେ ପିଟି ହୋଇଥିଲା । ଯାହାଫଳରେ ଗାଡ଼ିରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୧୦ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ଦୁଇ ଜଣ ଗୁରୁତର ଥିବା ଜଣାପଡିଛି । ସମସ୍ତ ଆହତ ଓ ଗୁରୁତରଙ୍କୁ ଉଦ୍ଧାର କରି ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।






More Stories
ଚକୋଲେଟ୍ ବାଣ୍ଟିଲେ ରାଷ୍ଟ୍ରପତି……
ଭାଜପା ଉପରୁ ଜନତାଙ୍କ ବିଶ୍ୱାସ ତୁଟିଛି,ଏଠାରୁ ପରିବର୍ତ୍ତନର ଆରମ୍ଭ :ଧର୍ମେନ୍ଦ୍ର….
ଶିକ୍ଷା ଭବିଷ୍ୟତ ନିର୍ମାଣର ମୂଳଦୁଆ….