ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆସନ୍ତା ୧୯ ତାରିଖରୁ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ | ଏହା ପୂର୍ବରୁ ୧୮ ତାରିଖ ଅର୍ଥାତ ରବିବାର ଦିନ ସରକାର ସର୍ବ ଦଳୀୟ ବୈଠକ ଡାକିଛନ୍ତି । ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉପସ୍ଥିତ ରହିବେ । କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଏହି ବୈଠକ ପାଇଁ ସବୁ ରାଜନୈତିକ ଦଳର ନେତାମାନଙ୍କୁ ଆମନ୍ତ୍ରଣ କରିଛନ୍ତି । ସଂସଦର ଅଧିବେଶନକୁ କିପରି ସୁରୁଖୁରୁରେ ଚାଲିବ ସେଥିପାଇଁ ସରକାର ବିରୋଧୀ ଦଳମାନଙ୍କ ସହଯୋଗ ଲୋଡ଼ିବେ । ତେବେ ଆସନ୍ତା ମୌସମୀ ଅଧିବେଶନ ବେଶ ସରଗରମ ହେବାର ସମ୍ଭାବନା ରହିଛି । କାରଣ ସରକାରଙ୍କୁ ଘେରିବାକୁ ବିରୋଧୀ ଦଳମାନଙ୍କ ହାତରେ ଏବେ କରୋନା ମହାମାରୀ ପରି ଏକ ବଡ଼ ପ୍ରସଙ୍ଗ ରହିଛି । ୨ୟ ଲହରକୁ ରୋକିବାରେ ବିଫଳତା, ଅମ୍ଳଜାନ ସଂକଟ, ନଦୀରେ ମୃତଦେହ ଆଦି ପ୍ରସଙ୍ଗକୁ ନେଇ ବିରୋଧୀ ଦଳ ସରକାରଙ୍କୁ ଟାର୍ଗେଟ କରିବାର ସମ୍ଭାବନା ରହିଛି । ସେହିପରି ପେଟ୍ରୋଲ ଡିଜେଲ ସମେତ ବିଭିନ୍ନ ସାମଗ୍ରୀର ଦରବୃଦ୍ଧି ପ୍ରସଙ୍ଗରେ ବି ସରକାରଙ୍କୁ ବିରୋଧୀ ଦଳ ଘେରିବା ନେଇ ଚର୍ଚ୍ଚା ଜୋରଧରିଛି ।
More Stories
ଅର୍ଚ୍ଚନାଙ୍କ ଘରେ ପଶିଲା ED…..
ଆଇଏଏସ୍ ସ୍ତରରେ ଅଦଳବଦଳ……
ବାତ୍ୟାକୁ ନେଇ ଆସିଲା ବଡ ଖବର…..