ରିପୋର୍ଟ କାର୍ଡ / ଜୟପୁର
ରାଜସ୍ଥାନରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବା ପୂର୍ବରୁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲତ ଏକ ବଡ ଘୋଷଣା କରିଛନ୍ତି । ରାଜସ୍ଥାନରେ ଆହୁରି ୧୯ଟି ଜିଲ୍ଲା ଘୋଷଣା କରାଯାଇଛି । ପୂର୍ବରୁ ରଜସ୍ଥାନରେ ୩୩ଟି ଜିଲ୍ଲା ରହିଛି । ଏହା ସହ ତିନୋଟ ନୂଆ ଡିଭିଜନ୍ ପାଇଁ ଘୋଷଣା କରାଯାଇଛି । ରାଜଧାନୀ ଜୟପୁରକୁ ଜୟପୁର ଉତ୍ତର, ଜୟପୁର ଦକ୍ଷିଣ, ଜୋଧପୁର ପୂର୍ବ, କୋଟପୁତଲି,ବହରୋଡ, ଡିଡିବନା,ସାଂଚୌର ଡିଗ, ଶାହପୁରା, କୈକଡି, ସଲୁଂବର, ଅନୁପଗଡ, ଗଙ୍ଗାପୁର ସିଟି,ଫଲୌଦି ଏହିପରି ୧୯ଟି ନୂଆ ଜିଲ୍ଲାର ନାମ ଘୋଷଣା କରାଯାଇଥିବା ସୂଚନା ମିଳିଛି |






More Stories
ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ:୯୦ ଲକ୍ଷରୁ ଅଧିକ ନାମ ବାଦ…..
୧୦ ପର୍ଯ୍ୟନ୍ତ କାଳବୈଶାଖୀ…..
ଆଜି ରାତିରେ ବଡ ଯୁଦ୍ଧ ! ୮ଟା ଯାଏଁ ଡେଡ୍ଲାଇନ୍…..