ରିପୋର୍ଟ କାର୍ଡ / ଭୁବନେଶ୍ୱର
ପୁଣି ଆସିଲା ଜଣେ ଆତ୍ମଘୋଷିତ ବାବାଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ । ବ୍ରହ୍ମପୁରର ଜଣେ ଠିକାଦରଙ୍କୁ ଠକିଛନ୍ତି ୭୫ ଲକ୍ଷ । ବାବା ବିଜୟାନନ୍ଦ ଚୌଧିୁରୀ ଏବେ ଝାରପଡା ଜେଲରେ । ଓଟିଡିସିର କାର୍ଯ୍ୟାଦେଶ ଦେବାଲାଗି ଜଣେ ଠିକାଦରଙ୍କୁ ନକଲି ୱାର୍କ ଅର୍ଡର ଦେଇ ଠକିଥିଲେ ଏକ କୋଟି ୬ ଲକ୍ଷ । ସେପଟେ କ୍ରାଇମବ୍ରାଞ୍ଚ ବାବାଙ୍କର ଦୁଇଟି ଆକାଉଣ୍ଟକୁ ଫ୍ରିଜ କରିଦେଇଥିବା ଜଣାପଡିଛି । ବାବାଙ୍କ ବିରୋଧରେ ଯେତେ ଖୋଳିଲେ ସେତେ ବାହାରୁଛି । ପୁଣି ବ୍ରହ୍ମପୁରରୁ ବାବାଙ୍କ ବିରୋଧରେ ଆସିଛି ସଙ୍ଗୀନ ଅଭିଯୋଗ । ରମ୍ଭାରେ ଓଟିଡିସିର ଏକ କାମ ଯୋଗାଇଦେବା ନାଁରେ ଜଣେ ସ୍ପେଶାଲ କ୍ଲାସ ଠିକାଦାରଙ୍କୁ ବାବା ଲଗାଇଛନ୍ତି ୭୫ ଲକ୍ଷର ଚୁନ । ସବୁ ଟଙ୍କା ଠିକାଦାର ଜଣକ ବ୍ୟାଙ୍କ ଜରିଆରେ ବାବାଙ୍କ ଆକାଉଣ୍ଟକୁ ପଠାଇଛନ୍ତି । ତେବେ କ୍ରାଇମବ୍ରାଞ୍ଚ ଇଓଡବ୍ଲୁ ପକ୍ଷରୁ ତଦନ୍ତ ବେଳେ ବାବାଙ୍କ ଦୁଇଟି ଆକାଉଣ୍ଟରେ ଥିବା ୨ ଲକ୍ଷ ଟଙ୍କାକୁ ଫ୍ରିଜ କରାଯାଇଛି । କେବଳ ବାବା ନୁହନ୍ତି ତାଙ୍କର ସହଯୋଗୀ ଓଟିଡିସିର ଠିକା ଇଞ୍ଜିନିୟର ଚନ୍ଦନ ଆକାଶ ମହାନ୍ତିଙ୍କୁ ମଧ୍ୟ ଗିରଫ କରି ଜେଲ୍ ପଠାଇଛି ଇଓଡବ୍ଲୁ । ଏବେ ବାବା ବିଜୟାନନ୍ଦଙ୍କ ସହିତ ରହିଥିବା ଦୁଇ ସହଯୋଗୀଙ୍କୁ ଖୋଜୁଛି ଇଓଡବ୍ଲୁ । ବାବାଙ୍କ ବିରୋଧରେ ଭୁବନେଶ୍ବର ଓଟିଡିସି ଠିକାଦାରମାନଙ୍କ ପକ୍ଷରୁ ତିନି କୋଟିର ଠକେଇ ଅଭିଯୋଗ ହୋଇଥିଲା । ତେବେ ଏତେ ଟଙ୍କା ବାବା ବିଜୟାନନ୍ଦ କଲେ କଣ । ବାବାଙ୍କର କେଉଁ କେଉଁ ଆକାଉଣ୍ଟରେ ଏହି ଟଙ୍କା ଗଚ୍ଛିତ ହୋଇ ରହିଛି । ବାବାଙ୍କ ସମ୍ପର୍କୀୟ ହେଉ ଅବା ସହଯୋଗୀ ସେମାନଙ୍କ ଆକାଉଣ୍ଟରେ ଏହି ଟଙ୍କା ଗଚ୍ଛିତ ନାହିଁ ତ । ଯାହାର ଛାନଭିନ ଚଳାଇଛି କ୍ରାଇମବ୍ରାଞ୍ଚର ଇଓଡବ୍ଲୁ ।
More Stories
ଶ୍ରୀମନ୍ଦିରରେ ହେବନି ଧାଡି ଦର୍ଶନ ଟ୍ରାଏଲ୍ ରନ୍…..
ଚାଷୀଙ୍କୁ ହଇରାଣ କଲେ ହେବ କାର୍ଯ୍ୟାନୁଷ୍ଠାନ…..
ନବୀନଙ୍କ ଭିଡିଓ ବାର୍ତ୍ତାକୁ ସମାଲୋଚନା କଲା ବିଜେପି…..