ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ସାରା ବିଶ୍ୱ କାରଣ ମହାମାରୀ ସହିତ ଲଢେଇ କରୁଛି | ଅନେକ ବର୍ଗଙ୍କୁ ଟୀକା କାରଣ କରାଯାଉଥିବା ବେଳେ ପିଲାଙ୍କ ଟୀକା କୁନେଇ ଚିନ୍ତାଥିଲା | ପୁରା ବିଶ୍ୱରେ ବର୍ତ୍ତମାନ ସମୟରେ ଶିଶୁଙ୍କୁ ଟିକା ଉପରେ ପରୀକ୍ଷଣ ଚାଲିଛି। ଟିକାକୁ ଶିଶୁଙ୍କ ରୋଗ ପ୍ରତିରୋଧକ କ୍ଷମତା ଉପରେ ପରୀକ୍ଷା କରାଯାଉଛି। ଆଉ ଟିକା ଶିଶୁମାନଙ୍କ ପାଇଁ କିପରି ସୁରକ୍ଷିତ ରହିବ ସେ ଉପରେ କାମ କରାଯାଉଛି। ଏହାରି ଭିତରେ ଜଣେ ୨ ବର୍ଷର ଶିଶୁକୁ ପ୍ରଥମ କରୋନା ଟିକା ଦିଆଯିବା ଖବର ସାମ୍ନାକୁ ଆସିଛି। ପ୍ରଥମ ଦେଶ ରୂପେ କ୍ୟୁବାରେ ଶିଶୁଙ୍କୁ ଟିକା ଦିଆଯିବା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ସୋମବାର ଠାରୁ ଦେଶରେ ୨ରୁ ୧୧ ବର୍ଷୀୟ ପିଲାଙ୍କୁ ଟିକା ଦେବା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ପୂର୍ବରୁ ଏହି ଦେଶ ୧୨ବର୍ଷରୁ ଅଧିକ ବୟସ୍କ ପିଲାମାନଙ୍କୁ କାରୋନା ଟିକା ଦେବା ଆରମ୍ଭ କରିଥିଲା। ଏବେ ୨ ବର୍ଷର ପିଲାଙ୍କୁ କ୍ୟୁବାରେ କରୋନା ଟିକା ଦିଆଯାଇଛି। ଏଥିରେ ଅବଦଲା ଏବଂ ସୋବ୍ରାନା ଟିକା ସାମିଲ ଅଛି। । ଶିଶୁଙ୍କୁ ଟିକା ଦେବାରେ କ୍ୟୁବା ବିଶ୍ୱର ପ୍ରଥମ ଦେଶ ବୋଲି କୁହାଯାଉଛି। ପିଲାମାନଙ୍କ ଉପରେ ଅବଦଲା ଏବଂ ସୋବ୍ରାନା ଟିକାର କ୍ଲିନିକାଲ୍ ପରୀକ୍ଷା ସରିଛି। କିନ୍ତୁ ଏଯାଏଁ ପିଲାଙ୍କୁ ଏହି ଟିକା ଦେବା ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଠାରୁ କୌଣସି ପ୍ରକାର ସ୍ୱୀକୃତି ମିଳିନାହିଁ।






More Stories
ପଶ୍ଚିମବଙ୍ଗରେ ଅତିରିକ୍ତ ୧୬୫ ପର୍ଯ୍ୟବେକ୍ଷ ଓ ୭୭ ପୋଲିସ ପର୍ଯ୍ୟବେକ୍ଷ ନିଯୁକ୍ତ……
ପଶ୍ଚିମବଙ୍ଗରରେ ପୁନଃ ମତଦାନ ଆରମ୍ଭ……
ଶନିବାର ପଶ୍ଚିମବଙ୍ଗରେ ହେବ ପୁନଃ ମତଦାନ…..