ରିପୋର୍ଟ କାର୍ଡ / ଭୁବନେଶ୍ବର
ମଙ୍ଗଳବାର ବିଧାନସଭାରେ ପୌରାଞ୍ଚଳ ଆଇନ ସଂଶୋଧନ ବିଲ ପାରିତ ହୋଇଛି। ଏହି ବିଲ ପାରିତ ପରେ ରାଜ୍ୟରେ ପୌର ନିର୍ବାଚନ ନେଇ ରାସ୍ତା ସଫା ହୋଇଯାଇଛି । ପୌରାଞ୍ଚଳ ଆଇ ସଂଶୋଧନ ବିଲ ଅନୁଯାୟୀ ସଂରକ୍ଷଣ ସୀମା ୫୦ ପ୍ରତିଶତ ମଧ୍ୟରେ ରହିବ। SC, ST ଓ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣ ୫୦% ମଧ୍ୟରେ ରହିବ । ସଂରକ୍ଷଣ ବ୍ୟବସ୍ଥା ୫୦% ଅତିକ୍ରମ କରିବ ନାହିଁ। ପଛୁଆ ବର୍ଗଙ୍କ ପାଇଁ ୨୭% ଭିତରେ ସଂରକ୍ଷଣ ବ୍ୟବସ୍ଥା ରହିବ ବୋଲି ସୂଚନା ମିଳିଛି । ପୌରାଞ୍ଚଳ ଆଇନ ସଂରୋଧନ ବିଲ ଅନୁସାରେ ପ୍ରଥମେ SC ଓ STଙ୍କୁ ସଂରକ୍ଷଣ ଦିଆଯିବ। SC ଓ STଙ୍କୁ ସଂରକ୍ଷଣ ଦିଆଯିବା ପରେ ପଛୁଆ ବର୍ଗଙ୍କୁ ସଂରକ୍ଷଣ ଦିଆଯିବ। ଆସନର ଅବଶିଷ୍ଟ ଅଂଶଗୁଡ଼ିକୁ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣ କରାଯିବ। ତେବେ ପଛୁଆ ବର୍ଗଙ୍କ ସଂରକ୍ଷିତ ଆସନ ୨୭%ରୁ ଅଧିକ ହେବ ନାହିଁ ବୋଲି କୁହାଯାଇଛି।






More Stories
ବିଜୟ ହେବେ ତାମିଲନାଡୁର ମୁଖ୍ୟମନ୍ତ୍ରୀ……
ବିଜେପିର ଶପଥ ଗ୍ରହଣ ଉତ୍ସବ:ଦୁର୍ଗା ମୂର୍ତ୍ତିରୁ ମଞ୍ଚ ଉପରେ ଝାଲମୁଢି ପର୍ଯ୍ୟନ୍ତ….
୬ ସିଭିଲ ଜଜ୍ଙ୍କ ବଦଳି…..