Report Card Odisha

| Daily Odia News

ଚନ୍ଦନଯାତ୍ରାରେ ବାଣ ବିସ୍ଫୋରଣ,୩ ମୃତ, ୩୦ରୁ ଅଧିକ ଆହତ…..

ରିପୋର୍ଟ କାର୍ଡ / ପୁରୀ

ପୁରୀ ନରେନ୍ଦ୍ର ପୁଷ୍କରିଣୀରେ ବୁଧବାର ଠାକୁରଙ୍କ ଭଉଁରି ଚନ୍ଦନ ଯାତ୍ରା ଚାଲିଥିବାବେଳେ ବାଣ ବିସ୍ଫୋରଣ ଘଟି ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୦ରୁ ଅଧିକ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ନାବଳକ ଥିବା ସୂଚନା ମିଳିଛି। ବୁଧବାର ରାତିରେ ନାବାଳକଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ସକାଳେ ଭୁବନେଶ୍ୱରର ଘରୋଇ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ଅନ୍ୟଜଣଙ୍କର ମୃତ୍ୟୁ ହୋଇଛି। କଟକ ଏସିବିରେ ଭର୍ତ୍ତି ହୋଇଥିବା ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି | ଆହତଙ୍କ ମଧ୍ୟରୁ ୮ଜଣଙ୍କ ଅବସ୍ଥା ଗୁରୁତର ରହିଛି। ୨୮ଜଣଙ୍କୁ କଟକ ଓ ଭୁବନେଶ୍ୱର ହସ୍ପିଟାଲରେ ଚିକିତ୍ସା କରାଯାଉଛି। ନରେନ୍ଦ୍ର ପୁଷ୍କରଣୀର ଦେବୀଘାଟ ନିକଟରେ ଭଉଁରୀ ଅବସରରେ ପାରମ୍ପରିକ ଭାବେ ବାଣ ମରାଯାଉଥିବା ବେଳେ ଏହି ଅଘଟଣ ଘଟିଥିଲା। ଗୋଟିଏ ବାଣରେ ନିଆଁ ଲାଗି ସେଠାରେ ରଖାଯାଇଥିବା ବାଣ ବସ୍ତାରେ ପଡିବାରୁ ହଠାତ ବିସ୍ଫୋରଣ ହୋଇଥିଲା। ଆହତଙ୍କ ସ୍ଥାନୀୟ ଲୋକ ଓ ପ୍ରଶାସନ ସହାୟତାରେ ପୁରୀ ମେଡିକାଲରେ ପ୍ରଥମେ ଭର୍ତ୍ତି କରାଯାଇଥିଲା। ଗୁରୁତରଙ୍କୁ କଟକ ଓ ଭୁବନେଶ୍ୱର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଗତକାଲି ବିଳମ୍ବିତ ରାତିରେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଓ କଟକ ଜିଲ୍ଲାପାଳ ଏସସିବିରେ ପହଞ୍ଚି ଆହତଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ। ସେମାନଙ୍କୁ ସମସ୍ତ ପ୍ରକାର ଚିକିତ୍ସା ଯୋଗାଇ ଦିଆଯିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି। ଏହି ଭୟଙ୍କର ବିସ୍ଫୋରଣ ଘଟଣାର ତଦନ୍ତ କରାଯିବ ବୋଲି ପ୍ରଦୀପ ଜେନା କହିଛନ୍ତି।

Breaking News