ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କାନାଡାର ବ୍ରିଟିସ୍ କଲମ୍ବିଆ ପ୍ରଦେଶରେ ଗୋଟାଏ ବିମାନ ଦୁର୍ଘଟଣାଗ୍ରସ୍ତ ଘଟିଛି | ଦୁର୍ଘଟଣାରେ୨ଜଣ ଭାରତୀୟ ‘ଟ୍ରେନି ପାଇଲଟ୍’ଙ୍କର ମୃତ୍ୟୁ ଘଟିଥିବା କଥା ସରକାରୀ ଅଧିକାରୀମାନେ କହିଛନ୍ତି। ମୃତ ତାଲିମ୍ ନେଉଥିବା ପାଇଲଟ୍ ମାନେ ହେଉଛନ୍ତି ମୁମ୍ବାଇର ଅଭୟ ଗଡ୍ରୂ ଓ ଯଶବିଜୟ ରାମୁଗଡ଼େ। କାନାଡୀୟ ପୋଲିସ ଅଧିକାରୀମାନେ କହିଛନ୍ତି, ୨ ଇଞ୍ଜିନ୍ବିଶିଷ୍ଟ ହାଲୁକା ବିମାନ ‘ପାଇପର୍ ପିଏ-୩୪ ସନିକା’ ଦୁର୍ଘଟଣାଗ୍ରସ୍ତ ହୋଇ ଚିଲିୱାକ୍ ନଗରୀରେ ଥିବା ଗୋଟାଏ ‘ମୋଟେଲ୍’ (ପଥପାର୍ଶ୍ବ ଭୋଜନାଳୟ) ପଛପଟେ ଥିବା ଗଛବୃଚ୍ଛଭରା ଅରମା ମଧ୍ୟକୁ ଖସିପଡ଼ିଛି। ଭାରତୀୟ ପାଇଲଟ୍ଙ୍କ ସହିତ ଆଉ ଜଣେ ପାଇଲଟ୍ ବି ଏହି ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି।






More Stories
ମହିଳାଙ୍କୁ ମିଳିବ ଋତୁସ୍ରାବ ଛୁଟି…..
ଓଡିଶା ସରକାରଙ୍କୁ ଟାର୍ଗେଟ କଲେ ମହୁଆ……
ଦକ୍ଷିଣ ଗାଜା ଉପରେ ଇସ୍ରାଏଲର ଆକ୍ରମଣ…..