ରିପୋର୍ଟ କାର୍ଡ / ଭୁବନେଶ୍ୱର
ଦୁଇ ବିଧାୟକଙ୍କ ପଦ ରଦ୍ଦ କରିଛନ୍ତି ବିଧାନସଭା ବାଚସ୍ପତି ପ୍ରମିଳା ମଲ୍ଲିକ । ଜୟଦେବ ବିଧାୟକ ଅରବିନ୍ଦ ଢାଲି ଓ ତେଲକୋଇ ବିଧାୟକ ପ୍ରେମାନନ୍ଦ ନାୟକଙ୍କ ବିଧାୟକ ପଦ ରଦ୍ଦ ହୋଇଛି । ଦଳବଦଳ କରିଥିବାରୁ ବିଧାୟକ ପଦକୁ ରଦ୍ଦ କରାଯାଇଛି । ଏହି ଦୁଇ ବିଧାୟକ ୨୦୧୯ରେ ବିଜେଡିରୁ ନିର୍ବାଚନ ଲଢି ଜିତିଥିଲେ । ହେଲେ ପରେ ବିଜେଡିରୁ ଇସ୍ତଫା ଦେଇଥିଲେ । ଏହି ଦୁଇ ବିଧାୟକ ବିଜେଡି ଛାଡିବା ପରେ ଶାସକ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି ଏନେଇ ମାର୍ଚ୍ଚ ୧୮ ତାରିଖରେ ବାଚସ୍ପତିଙ୍କ ପାଖରେ ପିଟିସନ୍ ଦାୟର କରିଥିଲେ । ଶୁଣାଣି ପାଇଁ ଦୁଇ ବିଧାୟକଙ୍କୁ ଏଥିପାଇଁ ନୋଟିସ୍ କରାଯାଇଥିଲା । ହେଲେ ନୋଟିସର କୌଣସି ଉତ୍ତର ରଖିନଥିଲେ ଦୁଇ ବିଧାୟକ । ଏନେଇ ଆଜି ବିଧାନସଭା ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।






More Stories
ନବୀନଙ୍କୁ ଟାର୍ଗେଟ୍ କଲେ ମନମୋହନ…..
ପ୍ରମିଳାଙ୍କ ବାସଭବନରେ ନେତାଙ୍କ ମେଳି…..
୧୦ ପର୍ଯ୍ୟନ୍ତ କାଳବୈଶାଖୀ…..