ରିପୋର୍ଟ କାର୍ଡ / ସୁକମା
ଛତିଶଗଡ଼ର ସୁକମା ଜିଲ୍ଲରେ ପୋଲିସ ଗୁଳିରେ ୨ ଜଣ ନକ୍ସଲ ନିହତ ହୋଇଛନ୍ତି। ଏଥିସହ ଘଟଣା ସ୍ଥଳରୁ ଅସ୍ତ୍ରଶସ୍ତ୍ର ଓ ବହୁ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି। ନିହତ ଦୁଇ ନକ୍ସଲ ଜାଗରର୍ଗୁଣ୍ଡା ଏରିଆ କମିଟିର ଜନମିଲିସିଆ କ୍ୟାଡର ସୋଡି ଦେବା ଏବଂ ରବା ଦେବ ବୋଲି ଜଣାପଡିଛି। ଉଭୟଙ୍କ ମୁଣ୍ଡ ପିଛା ୧ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି ଘୋଷଣା ହୋଇଥିଲା ଏବଂ ପୋଲିସ ସେମାନଙ୍କୁ ଦୀର୍ଘ ଦିନ ଧରି ଖୋଜୁଥିଲା। ପୋଲିସ ସୂଚନା ଅନୁଯାୟୀ, ଚିନ୍ତଗୁମ୍ଫା ଥାନା ଅନ୍ତର୍ଗତ ତାଡମେଟଲା ଓ ଦୁଲେର ଜଙ୍ଗଲରେ ଜାଗରକୋଣ୍ଡା ଏରିଆ କମିଟିର ୧୦ରୁ ୧୨ ଜଣ ସଶସ୍ତ୍ର ନକ୍ସଲ ଥିବା ବିଶ୍ବସ୍ତ ସୂତ୍ରରୁ ଖବର ମିଳିଥିଲା। ଏହାପରେ ଡିଆରଜି ଓ ସିଆରପିଏଫ ଯବାନମାନେ ଏହି ଅଞ୍ଚଳରେ ସର୍ଚ୍ଚ ଅପରେସନ କରିଥିଲେ। ସେହି ସମୟରେ ନକ୍ସଲ ଓ ଯବାନ ମୁହାମୁହିଁ ହୋଇଥିଲେ। ଉଭୟ ପକ୍ଷ ମଧ୍ୟରେ ପ୍ରାୟ ୨ ଘଣ୍ଟା ଧରି ଗୁଳି ବିନିମୟ ଚାଲିଥିଲା। ଏଥିରେ ୨ ନକ୍ସଲ ନିହତ ହୋଇଥିଲେ ଏବଂ ଅନ୍ୟ ନକ୍ସଲମାନେ ସେହି ସ୍ଥାନ ଛାଡି ପଳାଇଥିଲେ। ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି।






More Stories
ରାଜପାଲ ଙ୍କୁ ମିଳିଲା ଜାମିନ…..
ଆସନ୍ତାକାଲି ସୂର୍ଯ୍ୟଗ୍ରହଣ….
ଆଜିଠୁ ଏଆଇ ଇମ୍ପାକ୍ଟ ଏକ୍ସପୋ ୨୦୨୬…..