ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜି ସୁପ୍ରିମକୋର୍ଟର ଦୁଇ ଜଣ ବିଚାରପତି ଭାବେ ଶପଥ ଗ୍ରହଣ କରିଛନ୍ତି। ସେମାନେ ହେଉଛନ୍ତି ଜଷ୍ଟିସ୍ ନୋଙ୍ଗମେଇକାପମ୍ କୋଟିଶ୍ୱର ସିଂହ ଏବଂ ଜଷ୍ଟିସ୍ ଆର୍ ମହାଦେବନ। ଉଭୟଙ୍କୁ ଶପଥ ପାଠ କରାଇଛନ୍ତି ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼। ଗତ ମଙ୍ଗଳବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସେମାନଙ୍କ ନିଯୁକ୍ତିକୁ ଅନୁମୋଦନ କରିଥିଲେ। ଏହି ନିଯୁକ୍ତି ଦ୍ୱାରା ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ସମେତ ସର୍ବୋଚ୍ଚ ନ୍ୟାୟାଳୟରେ ବିଚାରପତି ସଂଖ୍ୟା ୩୪ରେ ପହଂଚିଛି। ସୁପ୍ରିମକୋର୍ଟ କଲେଜିୟମ୍ ଜମ୍ମୁ-କଶ୍ମୀର ଏବଂ ଲଦାଖ ହାଇକୋର୍ଟର ମୁଖ୍ୟ ବିଚାରପତି ନୋଙ୍ଗମେଇକାପମ୍ କୋଟିଶ୍ୱର ସିଂହ ଏବଂ ମାଡ୍ରାସ ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ଆର ମହାଦେବନଙ୍କୁ ସର୍ବୋଚ୍ଚ ନ୍ୟାୟାଳୟରେ ପଦୋନ୍ନତି ପାଇଁ ସୁପାରିସ କରିଥିଲେ। ଜଷ୍ଟିସ୍ ସିଂହ ହେଉଛନ୍ତି ମଣିପୁର ରାଜ୍ୟର ପ୍ରଥମ ବିଚାରପତି ଯିଏ ସୁପ୍ରିମକୋର୍ଟର ବିଚାରପତି ଭାବେ ନିଯୁକ୍ତ ହୋଇଛନ୍ତି। ସୁପ୍ରିମକୋର୍ଟରେ ଦୁଇଟି ପଦବୀ ଖାଲି ପଡ଼ିଥିବାରୁ ଏହି ଦୁଇ ବିଚାରପତିଙ୍କୁ ପଦୋନ୍ନତି ପାଇଁ ସୁପାରିସ କରାଯାଇଥିଲା।
More Stories
୪ ବ୍ୟକ୍ତିଙ୍କୁ ରାଜ୍ୟସଭାକୁ ମନୋନୀତ କଲେ ରାଷ୍ଟ୍ରପତି…..
ଫାସ୍ଟ୍ୟାଗ୍ ନ ଲଗାଇଲେ ହେବେ କଳାତାଲିକାଭୁକ୍ତ….
ୟୁକ୍ରେନ ଉପରେ ରୁଷର ୭୦୦ ଡ୍ରୋନ ମାଡ଼…..