Report Card Odisha

| Daily Odia News

ଆସିଲା ରୁଷୀୟ ପର୍ଯ୍ୟଟକଙ୍କ ବ୍ୟ‌ବଚ୍ଛେଦ ରିପୋର୍ଟ…..

ରିପୋର୍ଟ କାର୍ଡ / ରାୟଗଡ଼ା

ଓଡ଼ିଶା ରାୟଗଡ଼ା ବୁଲିବାକୁ ଆସି ମୃତ୍ୟୁବରଣ କରିଥିଲେ ୨ ରୁଷୀୟ ପର୍ଯ୍ୟଟକ। ଦୁହିଁଙ୍କ ମଧ୍ୟରୁ ଜଣକର ହୃଦଘାତରେ ମୃତ୍ୟୁହୋଇଥିବା ନେଇ ଜଣାପଡ଼ିଥିଲା | ଆଜି ସାଂସଦ ପାୱେଲ୍ ଆନ୍ଥେଭଙ୍କ ବ୍ୟବଚ୍ଛେଦ ରିପୋର୍ଟ ପୋଲିସ କୁ ମିଳିସାରିଛି । ଆନ୍ଥେଭଙ୍କ ମୃତ୍ୟୁର କାରଣ ବିଷୟରେ ପୋଲିସ କିଛି କହି ନାହିଁ। ତଦନ୍ତ ଦାୟିତ୍ବ ନେଇଥିବା କ୍ରାଇମବ୍ରାଞ୍ଚ କହିଛି ଯେ, ଏହା ଏକ ଜାତୀୟ ସ୍ତରର ଘଟଣା। ଏହାକୁ କ୍ରାଇମବ୍ରାଞ୍ଚ୍ ଗୁରୁତର ସହ ଗ୍ରହଣ କରିଛି। ମୃତ୍ୟୁ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ପାୱେଲଙ୍କ ମୃତ୍ୟକୁ ନେଇ ସନ୍ଦେହ ରହିଛି। ତାଙ୍କର ହତ୍ୟା କରାଯାଇଛି ନା ସେ ଆତ୍ମହତ୍ୟା କରିଛନ୍ତି, ସେ ନେଇ ଯାଞ୍ଚ ହେବ। ଏବେ ଭିସେରା ରିପୋର୍ଟର ଅଧିକ ଯାଞ୍ଚ କରାଯିବ। ଆବଶ୍ୟକ ହେଲେ ଦିଲ୍ଲୀ ଏମ୍ସକୁ ବିସେରା ରିପୋର୍ଟ ଯାଞ୍ଚ ପାଇଁ ପଠାଯିବ। ଭାଷାଗତ ସମସ୍ୟା ରହୁଥିବାରୁ ଅନୁବାଦକଙ୍କ ସହଯୋଗ ଲୋଡ଼ିଛି କ୍ରାଇମବ୍ରାଞ୍ଚ। ଘଟଣା ଘଟିବା ସମୟରେ ପାଖରେ ଥିବା ରୁଷୀୟ ଦମ୍ପତି ଏବଂ ଗାଇଡ଼ ତଦନ୍ତରେ ସହଯୋଗ କରୁଛନ୍ତି। ଯେଉଁ ରୁମରେ ଘଟଣା ଘଟିଛି ସେ ରୁମ୍ ଓ ଆଖପାଖ ରୁମକୁ ସିଲ୍ କରାଯାଇଛି। ହେଲେ ବ୍ଲାଦମିରଙ୍କ ମୃତ୍ୟୁ ହୃଦଘାତ ଜନିତ ଆଉ ସେ ମୃତ୍ୟୁ ସମୟରେ ମଦ୍ୟପାନ କରିଥିବା ଜଣାପଡିଛି। ଅନ୍ୟପକ୍ଷରେ ୨ରୁଷୀୟ ପର୍ଯ୍ୟଟକଙ୍କ ତରବରିଆ ଭାବେ ଅନ୍ତିମ ସଂସ୍କାର କରାଯିବାକୁ ନେଇ ପ୍ରଶ୍ନ ଉଠିଛି। ଦୁହେଁ ଖ୍ରୀଷ୍ଟିଆନ ଥିବା ବେଳେ କବର ନଦେଇ ଦୁହିଁଙ୍କ ଅନ୍ତିମ ସଂସ୍କାର ହିନ୍ଦୁ ରୀତିନୀତି ଅନୁଯାୟୀ କାହିଁକି କରାଗଲା, ସେନେଇ ପ୍ରଶ୍ନ ଉଠିବା ଆରମ୍ଭ ହୋଇଛି।

Breaking News