Report Card Odisha

| Daily Odia News

ଦୁଇ ଛାତ୍ରୀଙ୍କୁ ଧରି ଟ୍ୟୁସନ୍‌ ସାର୍‌ ଫେରାର….

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଟ୍ୟୁସନ୍ ଟିଚର ଦୁଇ ନାବାଳିକା ଛାତ୍ରୀଙ୍କୁ ଅପହରଣ କରିଥିବା ଅଭିଯୋଗ ହୋଇଛି । ଏଭଳି ଚାଞ୍ଚଲ୍ୟକର ଅଭିଯୋଗ ଆସିଛି ରାଜଧାନୀ ଭୁବନେଶ୍ୱରରେ । ବଡ଼ଗଡ଼ ଥାନାରେ ଏନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି । ଅପହରଣ ହୋଥିବା ନାବାଳିକାଙ୍କ ଅଭିଭାବକ ଓ ବହୁ ମହିଳା ଆସି ଆଜି ଅଭିଯୋଗ କରିବା ସହ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ଗୋପାଳକୃଷ୍ଣ ବାଡ଼ତିୟା ନାମକ ଜଣେ ବ୍ୟକ୍ତି ନାବାଳିକା ଦୁଇ ଛାତ୍ରୀଙ୍କ ଘରକୁ ଟ୍ୟୁସନ୍ କରିବାକୁ ଯାଉଥିଲେ । ହେଲେ ଅଧିକ ସମୟ ଟ୍ୟୁସନରେ ଦେଉଥିବାରୁ ଅଭିଭାବକଙ୍କ ସନ୍ଦେହ ବଢ଼ିଥିଲା । ନିଜ ଘରେ ନରହି ହୋମ୍ ଟ୍ୟୁସନରେ କାହିଁକି ଏତେ ସମୟ ରହୁଛନ୍ତି କହି ଅଭିଭାବକ ଆପତ୍ତି ଉଠାଇଥିଲେ । ଏହାକୁ ନେଇ ଟ୍ୟୁସନ୍ ସାର୍ ନିଜ ଭୁଲ ହୃଦୟଙ୍ଗମ କ’ଣ କରିବେ ଓଲଟି ରାଗି ଯାଇ ଧମକ ବି ଦେଇଥିଲେ । ହେଲେ ଗତ ରବିବାର ଦିନ ଏସବୁର ସୀମା ଟପିଥିଲା । ଅଭିଭାବକଙ୍କ କିଛି ସମୟର ଅନୁପସ୍ଥିତର ସୁଯୋଗ ନେଇ ଦୁଇ ଝିଅଙ୍କୁ ଧରି ଚମ୍ପଟ୍ ମାରିଛନ୍ତି ଟ୍ୟୁସନ ସାର ବୋଲି ଥାନାରେ ଏତଲା ହୋଇଛି । ଦୁଇ ଜଣ ଛାତ୍ରୀଙ୍କ ଏକ ହାତ ଲେଖା ମଧ୍ୟ ସେମାନଙ୍କ ରୁମରୁ ମିଳିଛି । ଯେଉଁଥିରେ ସେମାନେ ୮ ଦିନ ପରେ ଫେରିବେ ବୋଲି ଉଲ୍ଲେଖ ରହିଛି ।

Breaking News