ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜି ଜମ୍ମୁ କଶ୍ମୀରର ରାଜୌରୀ ଜିଲ୍ଲାରେ ଘଟିଯାଇଛି ଏକ ବଡ଼ଧରଣର ଅଘଟଣ । ଯବାନଙ୍କ ଏକ ଗାଡ଼ି ଏକ ଗଭୀର ଖାଲ ମଧ୍ୟକୁ ଖସିପଡ଼ିଛି । ଫଳରେ ଘଟଣାସ୍ଥଳରେ ଦୁଇଜଣ ଯବାନ ସହିଦ ହୋଇଥିଲେ । ତେବେ ସେନା ଗାଡ଼ି ଖାଲ ମଧ୍ୟକୁ ଖସି ପଡ଼ିବା ଫଳରେ ଅନ୍ୟ କିଛି ଯବାନ ଆହତ ହୋଇଥିବା ଜଣାପଡ଼ିଛି । ଖବର ପାଇ ଘଟଣାସ୍ଥଳରେ ପୋଲିସ ଓ ଉଦ୍ଧାରକାରୀ ଟିମ୍ ପହଞ୍ଚିଥିଲେ । ଏବେ ରେସକ୍ୟୁ ଅପରେସନ ଜାରି ରହିଥିବା ବେଳେ ଆହତଙ୍କୁ ହସ୍ପିଟାଲ ନିଆଯାଉଛି ।






More Stories
ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ,ଗୃହମନ୍ତ୍ରୀ, ମୁଖ୍ୟମନ୍ତ୍ରୀ….
ଇରାନର ଗୁପ୍ତଚର ମୁଖ୍ୟ ନିହତ…..
ମଙ୍ଗଳବାର ଇରାନ୍ ପାଇଁ ଶେଷ ଦିନ !…..