Report Card Odisha

| Daily Odia News

ଖାଲକୁ ଖସିଲା ଆର୍ମି ଗାଡ଼ି, ୨ ଯବାନ ସହିଦ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆଜି ଜମ୍ମୁ କଶ୍ମୀରର ରାଜୌରୀ ଜିଲ୍ଲାରେ ଘଟିଯାଇଛି ଏକ ବଡ଼ଧରଣର ଅଘଟଣ । ଯବାନଙ୍କ ଏକ ଗାଡ଼ି ଏକ ଗଭୀର ଖାଲ ମଧ୍ୟକୁ ଖସିପଡ଼ିଛି । ଫଳରେ ଘଟଣାସ୍ଥଳରେ ଦୁଇଜଣ ଯବାନ ସହିଦ ହୋଇଥିଲେ । ତେବେ ସେନା ଗାଡ଼ି ଖାଲ ମଧ୍ୟକୁ ଖସି ପଡ଼ିବା ଫଳରେ ଅନ୍ୟ କିଛି ଯବାନ ଆହତ ହୋଇଥିବା ଜଣାପଡ଼ିଛି । ଖବର ପାଇ ଘଟଣାସ୍ଥଳରେ ପୋଲିସ ଓ ଉଦ୍ଧାରକାରୀ ଟିମ୍ ପହଞ୍ଚିଥିଲେ । ଏବେ ରେସକ୍ୟୁ ଅପରେସନ ଜାରି ରହିଥିବା ବେଳେ ଆହତଙ୍କୁ ହସ୍ପିଟାଲ ନିଆଯାଉଛି ।

 

Breaking News