ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ରଜୌରୀ କେସରୀ ହିଲ ଅଞ୍ଚଳରେ ଚାଲିଥିବା ତଲାସି ଅଭିଯାନ ସମୟରେ ହୋଇଥିବା ଗୁଳିବିନିମୟରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ବେଳେ ଅନ୍ୟମାନେ ଆହତ ହୋଇଥିବା ସୂଚନା ମିଳିଛି। ଏହି ତଲାସି ଅଭିଯାନ ସମୟରେ ଆହତ ଆତଙ୍କବାଦୀଙ୍କଠାରୁ ଗୋଟିଏ ଏକେ ୫୬, ଚାରି ମାଗାଜିନ୍, ପିସ୍ତଲ, ତିନୋଟି ଗ୍ରେନେଡ ଉଦ୍ଧାର କରାଯାଇଥିବା ନେଲେ ଜଣେ ଅଧିକାରୀ କହିଛନ୍ତି। ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ମୁତାବକ, ଏହି ଅଞ୍ଚଳରେ ତଲାସି ଅଭିଯାନ ବେଳେ ଆତଙ୍କବାଦୀଙ୍କ ଦ୍ୱାରା ରଖାଯାଇଥିବା ଆଇଇଡି ବିସ୍ଫୋରଣରେ ସେନାଙ୍କର ଏକ ବଡ଼ କ୍ଷତି ଘଟିଥିଲା। ସେହିପରି ଅନ୍ୟପକ୍ଷରେ ଶନିବାର ସକାଳେ ଜାମ୍ମୁ କାଶ୍ମୀରର ବାରାମୁଲାରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି। ଏଥିରେ ଜଣେ ଆତଙ୍କବାଦୀ ନିହତ ହୋଇଛି। ଅନ୍ୟ ଆତଙ୍କବାଦୀଙ୍କୁ ଖୋଜା ଚାଲିଥିବା ପୋଲିସ କହିଛି।






More Stories
ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ,ଗୃହମନ୍ତ୍ରୀ, ମୁଖ୍ୟମନ୍ତ୍ରୀ….
ଇରାନର ଗୁପ୍ତଚର ମୁଖ୍ୟ ନିହତ…..
ମଙ୍ଗଳବାର ଇରାନ୍ ପାଇଁ ଶେଷ ଦିନ !…..