ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦକ୍ଷିଣ କାଶ୍ମୀରର ଅନନ୍ତନାଗରେ ସୁରକ୍ଷାକର୍ମୀଙ୍କ ଓ ଆତଙ୍କବାଦୀ ମଧ୍ୟରେ ଗୁଳିବିନିମୟ ମଧ୍ୟରେ ଉତ୍ତର କାଶ୍ମୀର ବାରାମୁଲାଜିଲ୍ଲାରେ ଗୁଳିବିନିମୟ ଜାରି ରହିଛି। ବିଗତ ୪ ଦିନ ହେବ ବିଭିନ୍ନ ଜିଲ୍ଲାରେ ହମଲା କରୁଛନ୍ତି ଆତଙ୍କୀ। ଏହାର ପ୍ରତିଜବାବ ଦେଉଛନ୍ତି ସୁରକ୍ଷାକର୍ମୀ । ଏହିପରିପ୍ରେକ୍ଷୀରେ ଆଜି ଆଉ ଦୁଇ ଜଣ ଆତଙ୍କୀଙ୍କୁ ନିପାତ ହୋଇଥିବା ସୂଚନା ମିଳିଛି। ବାରମୁଲ୍ଲା ଜିଲ୍ଲାରେ ଘଟିଥିବା ଏନକାଉଣ୍ଟରରେ ଏହି ଦୁଇ ଆତଙ୍କୀ ନିପାତ ହୋଇଛନ୍ତି। କଶ୍ମୀର ପୋଲିସ ଜୋନ୍ ଏକ ସୋଶାଲ ମିଡିଆ ପୋଷ୍ଟରେ ଏନେଇ ସୂଚନା ଦେଇଛି। ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସରେ- ବାରମୁଲ୍ଲା ଜିଲ୍ଲାର ହାଥଲଙ୍ଗା ଉରି ଅଞ୍ଚଳରେ ଆତଙ୍କବାଦୀ ହମଲା କରିଥିଲା। ସେନା ଓ ପୋଲିସ ମିଳିତ ଭାବେ ପାଲଟା ଜବାବ ଦେଇଥିଲେ। କିଛି ସମୟ ଧରି ଆତଙ୍କୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଏଥିରେ ଦୁଇ ଜଣ ଆତଙ୍କୀ ନିପାତ ହୋଇଛନ୍ତି। ଏଥିସହ ଦୁଇ ଜଣ ଆତଙ୍କୀଙ୍କୁ ଗିରଫ କରାଯାଇଛି। ସେମାନଙ୍କଠାରୁ ଅସ୍ତ୍ରଶସ୍ତ୍ର ଏବଂ ଗୁଳି ଜବତ କରାଯାଇଛି।






More Stories
ଆଜିଠୁ ଏଆଇ ଇମ୍ପାକ୍ଟ ଏକ୍ସପୋ ୨୦୨୬…..
ଏପ୍ରିଲ ୨୨ରେ କେଦାରନାଥ…..
ତାରିକ ରହମାନଙ୍କ ଶପଥ ଗ୍ରହଣରେ ଯୋଗଦେବେ ଓମ୍ ବିର୍ଲା…..