Report Card Odisha

| Daily Odia News

୨ ଆତଙ୍କୀ ନିପାତ, ୩ ଯବାନ ସହିଦ……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ରାଜୌରିର ଦର୍‌ହାଲ୍‌ ଅନ୍ତର୍ଗତ ପାର୍‌ଗଲ୍‌ସ୍ଥିତ ଗୋଟାଏ ସେନା କ୍ୟାମ୍ପ୍‌ରେ ଅନୁପ୍ରବେଶ କରିବାକୁ ଉଦ୍ୟମ କରୁଥିବା ୨ଜଣ ଆତଙ୍କବାଦୀଙ୍କୁ ଆଜି ପ୍ରତ୍ୟୁଷରେ ନିପାତ କରାଯାଇଛି ଏବଂ ସେନାର ୩ଜଣ ଯବାନ ମଧ୍ୟ ସହିଦ ହୋଇଛନ୍ତି | କୁହାଯାଉଛି କି ଆତଙ୍କବାଦୀ ମାନେ ଅଗଷ୍ଟ ୧୫ ପୂର୍ବରୁ କିଛି ବଡ଼ ଷଡ଼ଯନ୍ତ୍ର କରୁଥିଲେ । ଯାହାକୁ ସୁରକ୍ଷାକର୍ମୀ ମାନେ ପଣ୍ଡ କରିଛନ୍ତି । ଏବେ ବି ଘଟଣାସ୍ଥଳରେ ସୁରକ୍ଷାକର୍ମୀ ମାନେ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି | ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ରଜୌରୀର ଦାରହଲ ଅଞ୍ଚଳର ପାରଗାଲରେ ସେନାର କ୍ୟାମ୍ପରେ ପ୍ରବେଶ କରିବାକୁ ଆତଙ୍କବାଦୀ ମାନେ ଚେଷ୍ଟା କରିଥିଲେ । ସୁରକ୍ଷାକର୍ମୀ ମାନେ ଏହା ଜାଣିପାରି ସନ୍ଦିଗ୍ଧ ମାନଙ୍କ ଉପରକୁ ଗୁଳି ଚଳାଇଥିଲେ। ଆତଙ୍କବାଦୀମାନେ ମଧ୍ୟ ସୁରକ୍ଷାକର୍ମୀଙ୍କ ଉପରକୁ ପାଲଟା ଗୁଳି ଚଳାଇଥିଲେ । ଉଭୟ ପାର୍ଶ୍ୱରୁ ଗୁଳି ବିନିମୟରେ ଦୁଇ ଆତଙ୍କବାଦୀ ନିହତ ହୋଇଥିଲେ। ତିନିଜଣ ସୁରକ୍ଷାକର୍ମୀ ମଧ୍ୟ ସହିଦ ହୋଇଛନ୍ତି । ଘଟଣାକୁ ନେଇ ଏଡିଜିପି ମୁକେଶ ସିଂ କହିଛନ୍ତି ଯେ ଦାରହଲ ପୁଲିସ ଷ୍ଟେସନଠାରୁ ୬କିମି ଦୂରରେ ଥିବା ଅନ୍ୟ ଦଳ ମଧ୍ୟ କ୍ୟାମ୍ପ ଆଡକୁ ପଠାଯାଇଛି । ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି। ଏହି ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଚାଲିଛି |

 

Breaking News