ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦିଲ୍ଲୀ ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶକୁ ବଦଳାଇ ଦେଇଛନ୍ତି ସୁପ୍ରିମକୋର୍ଟ। ରାଜଧାନୀ ଦିଲ୍ଲୀର ରାସ୍ତାରେ ଗଡ଼ିବନି ବାଇକ ଟ୍ୟାକ୍ସି। ରାପିଡୋ, ଓଲା ଓ ଉବେର ଭଳି ସଂସ୍ଥା ରାଜଧାନୀରେ ବାଇକ ଟ୍ୟାକ୍ସି ସେବା ଯୋଗାଉ ଥିଲେ। ଏହାକୁ ଦିଲ୍ଲୀ ହାଇକୋର୍ଟ ମଧ୍ୟ ଅନୁମତି ଦେଇଥିଲେ। ତେବେ ଏହି ରାୟ ଉପରେ ସୁପ୍ରିମକୋର୍ଟ ରୋକ ଲଗାଇ ଦେଇଛନ୍ତି। ଲାଇସେନ୍ସ ପାଇଁ ଉପଯୁକ୍ତ ନୀତି ନ ଆସିବା ଯାଏ ବାଇକ ଟ୍ୟାକ୍ସି ସେବା ଦିଲ୍ଲୀରେ ମିଳିବ ନାହିଁ। ଶୁଣାଣି ବେଳେ ଦିଲ୍ଲୀ ସରକାର ସୁପ୍ରିମକୋର୍ଟଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ଯେ ଜୁନ ୩୦ ସୁଦ୍ଧା ବାଇକ ଟ୍ୟାକ୍ସି ସେବା ପାଇଁ ନୂଆ ଗାଇଡଲାଇନ ଆସିବ।






More Stories
ଇରାନକୁ ଟ୍ରମ୍ପଙ୍କ ଚେତାବନୀ…..
ଜାତିର ପିତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ରାଷ୍ଟ୍ରପତି,ପ୍ରଧାନମନ୍ତ୍ରୀ, ରାହୁଲ ଗାନ୍ଧୀ, ଅନ୍ୟ ବିଶିଷ୍ଟ ବ୍ୟକ୍ତି…..
ଅକ୍ଟୋବର ୨ ରୁ ଗଣତନ୍ତ୍ର ବଞ୍ଚାଅ ଅଭିଯାନ….