Report Card Odisha

| Daily Odia News

ଆଇଏଏସ୍ ସ୍ତରରେ ବଡଧରଣର ଅଦଳବଦଳ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟ ସରକାର ଆଇଏଏସ୍ ଅଫିସରସ୍ତରରେ ବଡ଼ଧରଣର ଅଦଳବଦଳ କରିଛନ୍ତି । ୨୦ଟି ଜିଲ୍ଲାରେ ନୂଆ ଜିଲ୍ଲାପାଳଙ୍କୁ ନିଯୁକ୍ତି ଦେଇଛନ୍ତି | ବୋର୍ଡ ଅଫ ରେଭନ୍ୟୁର ସଚିବ ପଦରେ ଅବସ୍ଥାପିତ ଓଡ଼ିଆ ଆଇଏଏସ୍ ବିଜୟ କୁମାର ଉପାଧ୍ୟାୟଙ୍କୁ ରାଜ୍ୟ ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଭାବେ ବଦଳି କରିଛନ୍ତି । ଜିଲ୍ଲାପାଳ ଆଶୀଷ ଠାକରେଙ୍କୁ ବୋର୍ଡ ଅଫ ରେଭନ୍ୟୁର ସଚିବ ଭାବେ ବଦଳି କରାଯାଇଛି । ୨୨ଜଣ ଆଇଏଏସ ଅଫିସର ଓ ୩ଜଣ ବରିଷ୍ଠ ଓଏଏସ୍ ଅଫିସରଙ୍କ ବଦଳି ହୋଇଛି । ସେମାନଙ୍କ ମଧ୍ୟରୁ ୧୭ଜଣ ଆଇଏଏସଙ୍କୁ ବିଭିନ୍ନ ଜିଲ୍ଲାପାଳ ଓ ଅନ୍ୟ ୩ଜଣ ବରିଷ୍ଠ ଓଏଏସ୍ ଅଫିସର କବିନ୍ଦ୍ର କୁମାର ସାହୁଙ୍କୁ ଦେବଗଡ଼, ମଧୁସୂଦନ ଦାଶଙ୍କୁ ନୂଆପଡ଼ା ଓ ସୁବ୍ରତ କୁମାର ପଣ୍ଡାଙ୍କୁ ବୌଦ୍ଧ ଜିଲ୍ଲାପାଳ ଭାବେ ଅବସ୍ଥାପିତ କରାଯାଇଛି । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି ।

ପୂର୍ବ ଦାୟିତ୍ୱ – ନୂତନ ଦାୟିତ୍ୱ

ନିର୍ଦ୍ଦେଶକ,ଭାଷା,ସାହିତ୍ୟ ଓ ସଂସ୍କୃତି-ଦିଲ୍ଲୀପ ରାଉତରାଏ – ଜିଲ୍ଲାପାଳ, ଭଦ୍ରକ

କଟକ ମ୍ୟୁନିସପାଲଟି କମିଶନର- ବିଜୟ କୁମାର ଦାଶ – ଜିଲ୍ଲାପାଳ, ଗଜପତି

ଗଜପତି ଜିଲ୍ଲାପାଳ- ସ୍ମୃତିରଞ୍ଜନ ପ୍ରଧାନ – ଜିଲ୍ଲାପାଳ, କେନ୍ଦ୍ରାପଡ଼ା

ଓସେପା ପ୍ରକଳ୍ପ ନିର୍ଦ୍ଦେଶକ-ପାରୁଲ ପଟୱାରୀ -ଜିଲ୍ଲାପାଳ, ରାୟଗଡ଼ା

ଢେଙ୍କାନାଳ ଜିଲ୍ଲାପାଳ- ଅମ୍ରିତ ଋତୁରାଜ – ଜିଲ୍ଲାପାଳ, କନ୍ଧମାଳ

ଭଦ୍ରକ ଜିଲ୍ଲାପାଳ- ସିଦ୍ଧେଶ୍ୱର ବଳିରାମ ବୋନ୍ଦର – ଜିଲ୍ଲାପାଳ, ସମ୍ବଲପୁର

ମୟୂରଭଞ୍ଜ ଜିଲ୍ଲାପାଳ- ଦତ୍ତାତ୍ରେୟ ବି. ସିନ୍ଧେ – ଜିଲ୍ଲାପାଳ, କଟକ

ନୂଆପଡ଼ା ଜିଲ୍ଲାପାଳ- ହେମକାନ୍ତ ସଏ – ଜିଲ୍ଲାପାଳ, ମୟୂରଭଞ୍ଜ

କଳାହାଣ୍ଡି ଜିଲ୍ଲାପାଳ- ପି. ଅନ୍ୱେଷା ରେଡ୍ଡୀ – ଜିଲ୍ଲାପାଳ, ଯାଜପୁର

କନ୍ଧମାଳ ଜିଲ୍ଲାପାଳ- ଆଶୀଷ ଈଶ୍ୱର ପାଟିଲ -ଜିଲ୍ଲାପାଳ, ମାଲକାନଗିରି

ଦେବଗଡ଼ ଜିଲ୍ଲାପାଳ-ସୋମେଶ କୁମାର ଉପାଧ୍ୟାୟ – ଜିଲ୍ଲାପାଳ, ଢେଙ୍କାନାଳ

ନିର୍ଦ୍ଦେଶକ,ଗ୍ରାମ୍ୟ ଉନ୍ନୟନ- ଶୁଭଙ୍କର ମହାପାତ୍ର – ଜିଲ୍ଲାପାଳ, ନବରଙ୍ଗପୁର

କେନ୍ଦ୍ରାପଡ଼ା ଜିଲ୍ଲାପାଳ- ସୂର୍ଯ୍ୟବଂଶୀ ମୟୂର ବିକାଶ – ଜିଲ୍ଲାପାଳ, ବାଲେଶ୍ୱର

ବୌଦ୍ଧ ଜିଲ୍ଲାପାଳ- ଜେ.ସୋନାଲ – ଜିଲ୍ଲାପାଳ, ଜଗତସିଂହପୁର

ମାଲକାନଗିରି ଜିଲ୍ଲାପାଳ- ପାୱାର ସଚ୍ଚିନ ପ୍ରକାଶ – ଜିଲ୍ଲାପାଳ, କଳାହାଣ୍ଡି

ସମ୍ବଲପୁର ଜିଲ୍ଲାପାଳ-ଅକ୍ଷୟ ସୁନୀଲ ଅଗ୍ରୱାଲ – ଜିଲ୍ଲାପାଳ, ନୟାଗଡ଼

ରାୟଗଡ଼ା ଜିଲ୍ଲାପାଳ- ମନୋଜ ସତ୍ୟାୟନ ମହାଜନ – ଜିଲ୍ଲାପାଳ, ସୁନ୍ଦରଗଡ଼

କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ,ଓଏମସି-କବିନ୍ଦ୍ର କୁମାର ସାହୁ – ଜିଲ୍ଲାପାଳ, ଦେବଗଡ଼

ସ୍ୱତନ୍ତ୍ର ସଚିବ,ସଂସ୍କୃତି ବିଭାଗ-ମଧୁସୂଦନ ଦାଶ – ଜିଲ୍ଲାପାଳ, ନୂଆପଡ଼ା

ସ୍ୱତନ୍ତ୍ର ସଚିବ,ଗ୍ରାମ୍ୟ ଉନ୍ନୟନ-ସୁବ୍ରତ କୁମାର ପଣ୍ଡା – ଜିଲ୍ଲାପାଳ , ବୌଦ୍ଧ

ବୋର୍ଡ ଅଫ ରେଭନ୍ୟୁ ସଚିବ- ବିଜୟ ଉପାଧ୍ୟାୟ – ନିର୍ଦ୍ଦେଶକ, ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗ

ମୟୂରଭଞ୍ଜ ଜିଲ୍ଲାପାଳ -ଆଶୀଷ ଠାକରେ – ସଚିବ, ବୋର୍ଡ ଅଫ ରେଭନ୍ୟୁ,କଟକ

ନବରଙ୍ଗପୁର ଜିଲ୍ଲାପାଳ-କମଳଲୋଚନ ମିଶ୍ର – କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ,ଓସଡମା

ଯାଜପୁର ଜିଲ୍ଲାପାଳ- ନିଖିଳପୱନ କଲ୍ୟାଣ – ନିର୍ଦ୍ଦେଶକ,ରାଜ୍ୟ ମୃତ୍ତିକା ସଂରକ୍ଷଣ

ନୟାଗଡ଼ ଜିଲ୍ଲାପାଳ- ସ୍ୱଧାଦେବ ସିଂ – ଅତିରିକ୍ତ ସଚିବ,ପଂଚାୟତିରାଜ ବିଭାଗ

Breaking News