ରିପୋର୍ଟ କାର୍ଡ / କଟକ
ପ୍ରକାଶିତ ମାଟ୍ରିକ୍ ଫଳାଫଳକୁ କୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଲାଗିରହିଛି ଅଶାନ୍ତି | ଏହି ଦ୍ଵନ୍ଦକୁ ଦୂରକରିବା ଲାଗି ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟ ପକ୍ଷରୁ ଆଜି ସାମ୍ବାଦିକ ସମ୍ମିଳନୀ କରିଛନ୍ତି ବୋର୍ଡ କର୍ତ୍ତୃପକ୍ଷ । ରେଜଲ୍ଟକୁ ନେଇ ବଢୁଥିବା ଅସନ୍ତୋଷ ଉପରେ ରଖିଛନ୍ତି ସ୍ପଷ୍ଟୀକରଣ । କରୋନା କାଳରେ ବି ୯୨ ଦିନ ଯାଏଁ ସ୍କୁଲରେ ପାଠପଢା ହୋଇଛି । ମେ’ ମାସ ୭ ତାରିଖରେ ବିଜ୍ଞପ୍ତି ଆଧାରରେ ମୂଲ୍ୟାୟନ କରାଯାଇଛି । ଅନେକ ଶିକ୍ଷାବିତ୍, ଅନ୍ୟ ରାଜ୍ୟର ପରୀକ୍ଷା ପଦ୍ଧତିକୁ ଅନୁସରଣ କରାଯାଇଥିଲା । ୩୦ ଜଣ ଜିଲ୍ଲା ଶିକ୍ଷା ଅଧିକାରୀ ଓ ବିଶିଷ୍ଟ ଶିକ୍ଷାବିତମାନଙ୍କର ପରାମର୍ଶ ନେଇଥିଲା ବୋର୍ଡ । ସମସ୍ତଙ୍କ ପରାମର୍ଶ ପରେ ଏକ୍ସାମିନେସନ୍ କମିଟିର ମଞ୍ଜୁରୀ ପରେ ପଦକ୍ଷେପ ନିଆଯାଇଛି । ମଡ଼ରେସନ ପଲିସି ଅନୁସାରେ ସବୁ କିଛି ହୋଇଛି । ନବମ ଶ୍ରେଣୀର ସର୍ବାଧିକ ଏବଂ ଦଶମ ଶ୍ରେଣୀର ୩ଟି ପରୀକ୍ଷାକୁ ଆଧାର କରି ରେଜଲ୍ଟ ପ୍ରକାଶ ପାଇଛି ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି । ସ୍କୁଲମାନଙ୍କର ୪ ବର୍ଷର ନମ୍ବରକୁ ଦେଖାଯାଇଛି ।
More Stories
ଓଟିଇଟି ରେଜଲ୍ଟ ପ୍ରକାଶ….
ରାଜ୍ୟରେ ହେବ ମତ୍ସ୍ୟ ଓ ପଶୁ ସମ୍ପଦ ବିଶ୍ୱବିଦ୍ୟାଳୟ…..
ଆସନ୍ତାକାଲି ଆସିବ ମହାରାଷ୍ଟ୍ର-ଝାଡ଼ଖଣ୍ଡ ନିର୍ବାଚନ ଫଳ…..