Report Card Odisha

| Daily Odia News

୨୧ରୁ ଏକାଦଶ -୨୫ରୁ ଅଷ୍ଟମ ପିଲାଙ୍କ ପାଇଁ ଖୋଲିବ ସ୍କୁଲ……

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟରେ ୨୧ ରୁ ଯୁକ୍ତ ୨ ଓ ୨୫ତାରିଖରୁ ଅଷ୍ଟମ ଶ୍ରେଣୀର ପିଲାମାନଙ୍କ ପାଇଁ ସ୍କୁଲ ଖୋଲିବ। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ସମୀରରଞ୍ଜନ ଦାଶ ସୂଚନା ଦେଇଛନ୍ତି । ସବୁ ଜିଲ୍ଲାର ଡିଇଓଙ୍କ ସହ ଆସନ୍ତାକାଲି ବୈଠକ ହେବ । କ୍ଲାସରୁମ୍ ପରିଚାଳନା ନେଇ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହେବ । କୋଭିଡ୍‌ ଯୋଗୁଁ ରାଜ୍ୟରେ ରାଜ୍ୟରେ ଅନେକ ଦିନ ଧରି ଲକଡାଉନ୍‌ ଓ ସଟଡାଉନ୍‌ ଲାଗୁ ହୋଇଥିଲା। ପାଖାପାଖି ଦୁଇ ବର୍ଷ ଧରି ସ୍କୁଲ ବନ୍ଦ ରହିଛି। ପିଲାମାନେ ଘରେ ରହି ଅନ୍‌ଲାଇନ୍‌ରେ ପାଠ ପଢ଼ୁଛନ୍ତି। କିନ୍ତୁ ଦୁର୍ଗମ ଅଞ୍ଚଳରେ ନେଟ୍‌ୱର୍କ ନଥିବାରୁ ପିଲାମାନେ ଅନ୍‌ଲାଇନ୍‌ କ୍ଲାସ କରିବା ସହଜ ହେଉନାହିଁ।ଯାହାଫଳରେ ପିଲାମାନେ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ଏପରି ସ୍ଥଳେ ରାଜ୍ୟରେ କୋଭିଡ ସ୍ଥିତି ନିୟନ୍ତ୍ରଣରେ ରହିଥିବାରୁ ଅଷ୍ଟମ ଓ ଏକାଦଶ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ ଖୋଲାଯତବାକୁ ନିଷ୍ପତ୍ତି ହୋଇଛି। ଯଦି ପୂଜା ପରେ ରାଜ୍ୟରେ କୋଭିଡ ସ୍ଥିତିରେ ଆହୁରି ସୁଧାର ଆସିବ ତେବେ ପ୍ରାଥମିକ ସ୍କୁଲ ଗୁଡିକ ମଧ୍ୟ ଖୋଲାହୋଇପାରେ। ରାଜ୍ୟରେ କରୋନା କୋପ କମିବା ପରେ ପର୍ଯ୍ୟାୟ କ୍ରମେ ଶିକ୍ଷାନୁଷ୍ଠାନ ଗୁଡ଼ିକୁ ରାଜ୍ୟ ସରକାର ଖୋଲୁଛନ୍ତି। ପୂର୍ବରୁ ନବମ, ଦଶମ ଓ ଦ୍ୱାଦଶ ଶ୍ରେଣୀ ଖୋଲିଥିଲେ। ଏବେ ଅଷ୍ଟମ ଓ ଏକାଦଶ ଶ୍ରେଣୀ ଅଫ୍‌ଲାଇନ୍‌ରେ କରିବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିବାକୁ ରାଜ୍ୟ ସରକାର ଯୋଜନା କରୁଥିବା ବେଳେ ପୂଜା ଛୁଟି ପରେ କୋଭିଡ୍‌ ସ୍ଥିତି କମିଲେ ସ୍କୁଲ ଖୋଲିପାରେ ବୋଲି ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାସ କହିଛନ୍ତି।

Breaking News