ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜି ହେଉଛି ପବିତ୍ର ବିଜୟା ଦଶମୀ ଅର୍ଥାତ୍ ଦଶହରା । ଅସତ୍ୟ ଅଧର୍ମ ଉପରେ ସତ୍ୟ ଧର୍ମର ବିଜୟ ଦିନ ଟିଏ । ପୀଠ ଗୁଡିକରେ ଆଜି ମହିଷାମର୍ଦ୍ଦିନୀ ବେଶରେ ଦର୍ଶନ ଦେଉଛନ୍ତି ମା ଦୁର୍ଗା। କିମ୍ବଦନ୍ତୀ ଅନୁଯାୟୀ ମହିଷାସୁରର ଅତ୍ୟାଚାର ଅସହ୍ୟ ହେବାରୁ ଦେବତାମାନେ ଦୁର୍ଗାଙ୍କୁ ଆବାହନ କରିଥିଲେ । ଆଶ୍ୱିନ ଶୁକ୍ଳ ପକ୍ଷ ଅଷ୍ଟମୀ ଓ ନବମୀ ସନ୍ଧିକ୍ଷଣରେ ଦେବୀ ମହିଷାସୁରକୁ ବଦ୍ଧ କରିଥିଲେ । ଏହି ସମୟରେ ଦେବୀଙ୍କୁ ମହାଶକ୍ତି ରୂପେ ପୂଜା କରାଯଏ । ନବମୀ ରାତିର ଅନ୍ଧକାର ସହିତ ଅନୁର ବଂଶ ନିପାତ ଫଳରେ ତିନିଲୋକରୁ ଅମଙ୍ଗଳ ଛାୟ ଅପସରି ଯାଇଥିଲା । ତେଣୁ ନବମୀ ପରବର୍ତ୍ତୀ ଦିନଠାରୁ ସମସ୍ତ ଶୁଭ କାର୍ଯ୍ୟ ଆରମ୍ଭ ହେଲା ବୋଲି ବିଶ୍ୱାସ ରହିଛି । ତେବେ ଦଶହରା ଦିନ ପ୍ରଭୁ ଶ୍ରୀରାମଚନ୍ଦ୍ର ମଧ୍ୟ ମାତୃଶକ୍ତି ବନଦୁର୍ଗାଙ୍କୁ ପୂଜା କରି ପ୍ରବଳ ପ୍ରତାପୀ ରାବଣକୁ ବଦ୍ଧ କରିଥିଲେ । ତେଣୁ ଦଶହରାକୁ ଅଧର୍ମ ଉପରେ ଧର୍ମର ବିଜୟ ଉତ୍ସବ ଭାବେ ମଧ୍ୟ ପାଳନ କରାଯାଉଛି । ସେବେଠାରୁ ଦଶହରାରେ ରାବଣ ପୋଡି କରାଯାଇଥାଏ । ଆଜି ହେଉଛି ମାଙ୍କର ବିଶ୍ରାମର ଦିନ । କାରଣ କାଲି ଧରାପୃଷ୍ଠରୁ ମେଲାଣୀ ନେବେ ମାଆ । ଏହାସହ ଆଜି ବିଭିନ୍ନ ପୂଜା ମଣ୍ଡପରେ ବଙ୍ଗାଳୀ ସମ୍ପ୍ରଦାୟର ସ୍ତ୍ରୀ ଲୋକେ ସିନ୍ଦୁର ଖେଳ କରିବାର ପରମ୍ପରା ବି ରହିଛି ।
Discussion about this post