Report Card Odisha

| Daily Odia News

ଚିରାଗ ଙ୍କୁ ବଡ଼ ଝଟକା ,ଏଲଜିପି ଛାଡ଼ିଲେ ୨୨ଜଣ ନେତା…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଲୋକସଭା ନିର୍ବାଚନ ଆରମ୍ଭ ହେବାକୁ ଆଉ ମାତ୍ର କିଛି ଦିନ ବାକି ଅଛି। ବିହାରରେ ରାଜନୈତିକ ଚିତ୍ର ବଦଳିବାରେ ଲାଗିଛି। ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଇଣ୍ଡିଆ ମେଣ୍ଟ ଛାଡି ଏନଡିଏରେ ଯୋଗ ଦେଇଥିଲେ। ବର୍ତ୍ତମାନ ଚିରାଗ ପାସୱାନଙ୍କ ପାର୍ଟି(ଲୋକ ଜନଶକ୍ତି ପାର୍ଟି-ରାମ ବିଲାସ)କୁ ଏକ ଶକ୍ତ ଧକ୍କା ଲାଗିଛି। ଟିକେଟ୍ ବଣ୍ଟନକୁ ନେଇ ଚିରାଗ ପାସୱାନଙ୍କ ଉପରେ ରାଗି ୨୨ଜଣ ନେତା ଦଳ ଛାଡିଥିବା ସାମ୍ନାକୁ ଆସିଛି। ବିହାରର ୪୦ଟି ଲୋକସଭା ଆସନ ମଧ୍ୟରୁ ୫ଟି- ବୈଶାଳୀ, ହାଜିପୁର, ସମସ୍ତିପୁର, ଖଗଡିଆ ଏବଂ ଜାମୁଇରେ ଲୋକ ଜନଶକ୍ତି ପାର୍ଟି-ରାମ ବିଲାସ ଦଳ ପ୍ରତିଦ୍ୱନ୍ଦ୍ୱିତା କରିବ। ଏହି ଆସନରୁ ଟିକେଟ୍ ନମିଳିବାରୁ ରାଗିଯାଇ ୨୨ଜଣ ନେତା ଦଳ ଛାଡ଼ିବା ସହ ଏବେ ଇଣ୍ଡିଆ ମେଣ୍ଟକୁ ସମର୍ଥନ କରିବେ ବୋଲି କହିଛନ୍ତି। ଯେଉଁମାନେ ଦଳର ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି ସେମାନଙ୍କ ମଧ୍ୟରେ ରାଜ୍ୟ ତଥା ଜାତୀୟ ସ୍ତରର ନେତାମାନେ ଥିବା ସାମ୍ନାକୁ ଆସିଛି। ସୂଚନାନୁସାରେ, ପୂର୍ବତନ ସାଂସଦ ତଥା ବିହାର ସରକାରଙ୍କ ପୂର୍ବତନ ମନ୍ତ୍ରୀ ତଥା ଦଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ରେଣୁ କୁଶୱାହ, ପୂର୍ବତନ ବିଧାୟକ ତଥା ଜାତୀୟ ସାଧାରଣ ସମ୍ପାଦକ ସତୀଶ କୁମାର, ରାଜ୍ୟର ସଂଗଠନ ସଚିବ ଇ. ରବିନ୍ଦ୍ର ସିଂ, ରାଜ୍ୟ ଉପାଧ୍ୟକ୍ଷ ସଞ୍ଜୟ ସିଂଙ୍କ ସମେତ ୨୨ଜଣ ଦଳ ଛାଡ଼ିଛନ୍ତି। ଦଳ ଟଙ୍କା ବଦଳରେ ଟିକେଟ୍ ବଣ୍ଟନ କରିଥିବା ଅନେକ ନେତା ଅଭିଯୋଗ କରିଛନ୍ତି।

Breaking News