ରିପୋର୍ଟ କାର୍ଡ / ଭୁବନେଶ୍ବର
ଜୟନାରାୟଣ ମିଶ୍ରଙ୍କ ନେତୃତ୍ୱରେ ଦିଲ୍ଲୀ ଯିବେ ଓଡ଼ିଶାର ୨୨ ଜଣିଆ ବିଜେପି ବିଧାୟକ ଦଳ। ଏଯାଏ ତାରିଖ ସ୍ଥିର ହୋଇ ନଥିବା ବେଳେ ଖୁବ ଶୀଘ୍ର ଯିବା ନେଇ ସୂଚନା ରହିଛି। ଏହି ଗସ୍ତ ଅବସରରେ ବିଜେପି ବିଧାୟକ ଦଳ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହା ଏବଂ ଜାତୀୟ ନିର୍ବାଚନ କମିଶନଙ୍କୁ ଭେଟିବେ ବୋଲି ଜଣାଯାଇଛି। ବିଜେପି ବିଧାୟକମାନେ ଏମାନଙ୍କୁ ଓଡ଼ିଶାର ଶାସନ ବ୍ୟବସ୍ଥା ବିଷୟରେ ଜଣାଇବେ। ଓଡ଼ିଶାରେ ସମ୍ବିଧାନ ହିସାବରେ ସରକାର ଚାଲୁ ନାହିଁ। ପିଅନ ଠାରୁ ଆରମ୍ଭ କରି ଆଇଏଏସ ପର୍ଯ୍ୟନ୍ତ ସମସ୍ତେ ଦଳୀୟ ଭିତ୍ତିରେ କାମ କରୁଛନ୍ତି। ଏ ସଂପର୍କରେ କେନ୍ଦ୍ର ଗୃହ ମନ୍ତ୍ରୀ, ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ରୀୟ ସଭାପତିଙ୍କୁ ସ୍ମାରକ ପତ୍ର ଦେବେ ବିଜେପି ବିଧାୟକ ଦଳ। ଏନେଇ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି, ରାଷ୍ଟ୍ରପତିଙ୍କୁ ଭେଟି ସଚିବଙ୍କ ବିଷୟରେ ହସ୍ତକ୍ଷେପ କରିବା ପାଇଁ କହିବୁ। ଅମିତ ଶାହଙ୍କୁ ଭେଟି ଓଡ଼ିଶାର ଆଇନଶୃଙ୍ଖଳା ପରିସ୍ଥିତି, ବିଜେପି କର୍ମୀଙ୍କ ଉପରେ ଅତ୍ୟାଚାର ପ୍ରସଙ୍ଗରେ ଜଣାଇବୁ। ପ୍ରଧାନମନ୍ତ୍ରୀଙ୍କ ସହ ଓଡ଼ିଶାର ସଂପୂର୍ଣ୍ଣ ରାଜନୈତିକ ପରିସ୍ଥିତି ବିଷୟରେ ଆଲୋଚନା କରାଯିବ। ଓଡ଼ିଶାରେ ସରକାରୀ ସ୍ତରରେ ବ୍ୟାପକ ଦୁର୍ନୀତି ହୋଇଛି।






More Stories
୧୭ରୁ ବଜେଟ ଅଧିବେଶନ: ଆଜି ସର୍ବଦଳୀୟ ବୈଠକ…..
ଦାୟିତ୍ୱ ବାଣ୍ଟିଲେ ନବୀନ…..
ହେରିଟେଜ୍ ହ୍ରଦ ବିନ୍ଦୁ ସାଗର…..