Report Card Odisha

| Daily Odia News

ସେଲ୍‌ଫି ବିକ୍ରି କରି କୋଟିପତି ହେଲେ ଯୁବକ……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ସମସ୍ତେ ଧନୀ ହେବାକୁ ଚାହାଁନ୍ତି | ଏଥିପାଇଁ ଅନେକ ପରିଶ୍ରମ କରିଥାନ୍ତି । ଆଉ କେହି ଭାଗ୍ୟଉପରେ ଛାଡି ଦିଅନ୍ତି | ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଯାହା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ମାତ୍ର ୨୨ ବର୍ଷରେ କୋଟିପତି ହୋଇ ପାରିଛନ୍ତି । ହେଲେ ତାଙ୍କର ଧନୀ ହେବାର ଶୈଳୀ ମଧ୍ୟ ଖୁବ୍‌ ନିଆରା । ସେ ତାଙ୍କର ସେଲଫି ବିକ୍ରି କରି ପ୍ରାୟ ୭ କୋଟି ରୋଜଗାର କରିଛନ୍ତି । ଗଣମାଧ୍ୟମର ଏକ ଖବର ଅନୁଯାୟୀ, ଇଣ୍ଡୋନେସିଆରେ ରହୁଥିବା ଜଣେ ୨୨ବର୍ଷର ବାଳକର ନାମ ସୁଲତାନ ଗୁସ୍ତାଫ ଅଲ ଗୋଜାଲି। ଗୁସ୍ତାଫ ବର୍ତ୍ତମାନ କମ୍ପ୍ୟୁଟର ସାଇନସ୍‌ରେ ପାଠ ପଢୁଛନ୍ତି । ହେଲେ ଗୁସ୍ତାଫ୍ ‘ଗୋଜାଲି ଏଭ୍ରିଡେ’ ନାମକ ଏକ ଭିଡିଓ ପ୍ରୋଜେକ୍ଟ କରିଛନ୍ତି। ସେ ଏହି ଭିଡିଓକୁ ଏପରି ଢଙ୍ଗରେ ବନାଇଛନ୍ତି ଯେଉଁଥିରେ ଲୋକମାନେ ଏହାର ମଜା ଉଠାଇ ପାରିବେ। ବର୍ତ୍ତମାନ ଗୋଜାଲି NFT (ଏନଏଫଟି) ନାମକ ଏହି ପ୍ରୋଜେକ୍ଟ ଏବଂ ଫିଚର୍ସକୁ କିଣିଛନ୍ତି । ଏହି ଏନ୍‌ଏଫଟି ଡିଜିଟାଲ୍ ହେଉଛି ଏକ ଡିଜିଟାଲ୍ ଜିନିଷ ଏବଂ ବ୍ଲକ୍ ଚେନ୍ ଟେକ୍ନୋଲୋଜିକୁ ବ୍ୟବହାର କରି କିଣା ବିକା କରାଯାଇ ପାରିବ। ତେବେ ଏହି ଯୁବକ ଜଣଙ୍କ ୧୮ ବର୍ଷ ବୟସ ପର୍ଯ୍ୟନ୍ତ ୧୦୦୦ ସେଲଫି ଉଠାଇଥିଲେ । ଏହି ଫଟୋ ଗୁଡ଼ିକୁ ଏନ୍‌ଏଫଟି କଲେକ୍ଟର୍ସ କିଣି ନେଇଥିଲେ । ପରେ ଗୋଜାଲି କ୍ରିପ୍ଟୋକରେନ୍ସି ପାଇଁ ଏନଏଫ୍‌ଟିର ଏକ ସାଇଟରେ ନିଜର ସେଲଫି ଗୁଡିକ ବିକ୍ରି କଲେ । ସେହି ସେଲଫି ଗୁଡିକର ମୂଲ୍ୟ ୩ ଡଲାରରେ ରଖାଯାଇଥିଲା । ଏହା ପରେ ୪୦୦ ରୁ ଅଧିକ ଲୋକ ଫଟୋ କିଣିଥିଲେ । ଧିରେ ଧିରେ ଗୁସ୍ତାଫ କୋଟି କୋଟି ଟଙ୍କା ରୋଜଗାର କଲେ ।

Breaking News