Report Card Odisha

| Daily Odia News

ଗଠନ ହେବ ୨୪ ନୂଆ ଏନଏସି ଓ ୫ ପୌର ପରିଷଦ……

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟରେ ଗଠନ ହେବ ଆଉ ୨୪ଟି ନୂଆ ବିଜ୍ଞାପିତ ଅଞ୍ଚଳ ପରିଷଦ(ଏନଏସି) ଏବଂ ୫ଟି ପୌର ପରିଷଦ। ଏ ନେଇ ସରକାରଙ୍କ ପକ୍ଷରୁ ସୋମବାର ବିଜ୍ଞପ୍ତି ପ୍ରକାଶ ପାଇଛି। ୧୪ଟି ଜିଲାରେ ୨୪ଟି ଏନଏସି ଗଠନ ହେବାକୁ ଥିବାବେଳେ ୩ଟି ଜିଲାରେ ପୌର ପରିଷଦ ଗଠନ ହେବ।

ବିଜ୍ଞପ୍ତି ଅନୁସାରେ, ନୂଆ ଏନଏସିଗୁଡ଼ିକ ହେଉଛି ପାଲଲହଡ଼ା, ସିମୁଳିଆ, ସୋହେଲା, ତିହିଡି, ଧୂଷୁରୀ, ସାଲେପୁର, ବଡ଼ମ୍ବା, ନରସିଂହପୁର, ଗଁଦିଆ, ଜଗନ୍ନାଥପ୍ରସାଦ, ପାତ୍ରପୁର, ନର୍ଲା, ଜୟପାଟଣା, ଖୋର୍ଦ୍ଧାର ଟାଙ୍ଗୀ, ବୋରିଗୁମ୍ମା, ବେତନଟୀ, ବାଙ୍ଗିରିପୋଷି, ଚିତ୍ରଡ଼ା, କପ୍ତିପଦା, ରାସଗୋବିନ୍ଦପୁର, ବିଷମକଟକ, ବାମରା, ରେଙ୍ଗାଲି ଏବଂ ବୀରମହାରାଜପୁର। ସେହିପରି ନୂଆ ପୌର ପରିଷଦଗୁଡ଼ିକ ହେଉଛି ବୌଦ୍ଧ ଜିଲାର ବୌଦ୍ଧଗଡ଼ ଓ ଭଞ୍ଜନଗର, ଗଞ୍ଜାମ ଜିଲାର କବିସୂର୍ଯ୍ୟନଗର ଓ ପୋଲସରା ଏବଂ ମୟୂରଭଞ୍ଜ ଜିଲାର କରଞ୍ଜିଆ।

Breaking News