ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ରୁଷ୍ ସେନାର ବରିଷ୍ଠ ଅଧିକାରୀ ଲେଫ୍ଟନାଣ୍ଟ ଜେନେରାଲ ଫାନିଲ ସର୍ଭାରୋଭ୍ ସୋମବାର ଏକ କାର୍ବୋମା ବିସ୍ଫୋରଣରେ ପ୍ରାଣ ହରାଇଥିବା ଜଣାପଡିଛି। ସର୍ଭାରୋଭ୍ ମସ୍କୋସ୍ଥିତ ପ୍ରତିରକ୍ଷା ବିଭାଗ କାର୍ଯ୍ୟାଳୟକୁ ଯିବା ସମୟରେ ତାଙ୍କ କାର୍ରେ ପୂର୍ବରୁ ଖଞ୍ଜା ଯାଇଥିବା ବୋମା ବିସ୍ଫୋରିତ ହୋଇଥିବା କୁହାଯାଇଛି। ଏହାପଛରେ ୟୁକ୍ରେନ ସ୍ପେସାଲ ଫୋର୍ସେସର ହାତ ଥିବା ଆଶଙ୍କା କରାଯାଉଛି। ସୂଚନାଯୋଗ୍ୟ ୨୦୨୨ ଫେବୃଆରୀରୁ ରୁଷ୍-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଛି। ବିଗତ ତିନି ବର୍ଷ ମଧ୍ୟରେ ୟୁକ୍ରେନ ପକ୍ଷରୁ ରୁଷ୍ର ଏକାଧିକ ବରିଷ୍ଠ ସେନା ଅଧିକାରୀଙ୍କୁ ହତ୍ୟା କରାଯାଇଛି। ଗତ ଏପ୍ରିଲରେ ମସ୍କୋରେ ରୁଷ୍ ସେନାର ଉପମୁଖ୍ୟ ଜେନେରାଲ ୟାରୋସ୍ଲାଭ ମୋସ୍କାଲିକ୍ କାର୍ ବୋମା ବିସ୍ଫୋରଣରେ ପ୍ରାଣ ହରାଇଥିଲେ। ୨୦୨୪ ଡିସେମ୍ବରରେ ରୁଷ୍ର ରେଡିଓଲୋଜିକାଲ, କେମିକାଲ, ବାଓଲୋଜିକାଲ ଅସ୍ତ୍ରଶସ୍ତ୍ର ବିଭାଗର ମୁଖ୍ୟ ଇଗୋର କିରିଲୋଭ୍ ଏକ ଇଭି ସ୍କୁଟର ବୋମା ବିସ୍ଫୋରଣରେ ପ୍ରାଣ ହରାଇଥିଲେ। ୨୦୨୩ ଏପ୍ରିଲରେ ରୁଷ୍ର ମିଲିଟାରୀ ବ୍ଲଗର ମ୍ୟାକ୍ସିମ ଫୋମିନଙ୍କୁ ସେଣ୍ଟ ପିଟର୍ସବର୍ଗସ୍ଥିତ ଏକ କାଫେରେ ହତ୍ୟା କରାଯାଇଥିଲା।






More Stories
ରାଜନାଥ ସିଂହଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ନୋଟିସ…..
ଦାୟିତ୍ୱ ଗ୍ରହଣ କଲେ ନୂଆ ସ୍ଥଳସେନା ମୁଖ୍ୟ…..
ଆଫଗାନିସ୍ତାନ ଉପରେ ଆକ୍ରମଣ ,୩୬ ମୃତ…..