ରିପୋର୍ଟ କାର୍ଡ / ପୁରୀ
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୪ତାରିଖ ପୁରୀ ଗସ୍ତରେ ଆସୁଛନ୍ତି। ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ହୀରକ ଜୟନ୍ତୀ ଉତ୍ସବରେ ସେ ମୁଖ୍ୟ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଗୋପବନ୍ଧୁ ଆୟୁର୍ବେଦ କଲେଜ ପରିସରରେ ଏହି ଉତ୍ସବ ଅନୁଷ୍ଠିତ ହେବ। ଏଥିପାଇଁ ପ୍ରସ୍ତୁତି ଜୋରଦାର ଆରମ୍ଭ ହୋଇଛି। ଦୀର୍ଘ ୭୫ବର୍ଷ ମଧ୍ୟରେ ଏହି କଲେଜରୁ ଆୟୁର୍ବେଦରେ ଡାକ୍ତରୀ ଶିକ୍ଷା ଶେଷ କରି ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ଖ୍ୟାତି ଅର୍ଜନ କରିଥିବା ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏହାସହିତ ରାଷ୍ଟ୍ରପତି ଶ୍ରୀମତି ମୁର୍ମୁ ସେଦିନ ମହାପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିପାରନ୍ତି।






More Stories
ପଶ୍ଚିମବଙ୍ଗରେ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ…..
ରିଲ୍ସ ନିଶାରେ ନଦୀକୁ ଡେଇଁଲେ ଯୁବକ…..
୬ ସ୍ୱତନ୍ତ୍ର ଟ୍ରେନ୍ ସେବା ସମ୍ପ୍ରସାରଣ….