Report Card Odisha

| Daily Odia News

୨୫ପର୍ଯ୍ୟନ୍ତ କୁନ୍ଦ୍ରାଙ୍କ ଜାମିନ ଶୁଣାଣି ସଂରକ୍ଷିତ…..

ରିପୋର୍ଟ କାର୍ଡ / ମୁମ୍ବାଇ

ବ୍ୟବସାୟୀ ରାଜ କୁନ୍ଦ୍ରା ସାଇବର ସମ୍ବନ୍ଧୀୟ ପର୍ଣ୍ଣୋଗ୍ରାଫି ମାମଲାରେ ବମ୍ବେ ହାଇକୋର୍ଟରୁ ଆଶ୍ବସ୍ତି ମିଳିଛି । ବମ୍ବେ ହାଇକୋର୍ଟ ଶିଳ୍ପାଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କୁ ମଧ୍ୟବର୍ତ୍ତୀକାଳୀନ ସହାୟତା ପ୍ରଦାନ କରିଛନ୍ତି | ଏହା ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ଜାମିନ ଶୁଣାଣି ସଂରକ୍ଷିତ ରଖିଛନ୍ତି। ସୂଚନାଯୋଗ୍ୟ, ୨୦୨୦ ମସିହାରେ ରାଜ କୁନ୍ଦ୍ରା ସାଇବର ପୋଲିସ ଦ୍ୱାରା ପଞ୍ଜୀକୃତ ହୋଇଥିବା ମାମଲାରେ ଜାମିନ ଲାଗି ବମ୍ବେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଗତଥର ତାଙ୍କ ଜାମିନ ଆବେଦନକୁ କୋର୍ଟ ଖାରଜ କରିଥିଲେ। ଏହା ବିରୋଧରେ ରାଜ କୁନ୍ଦ୍ରା ହାଇକୋର୍ଟରୁ ଜାମିନ ପାଇଁ ପୁଣି ଆବେଦନ କରିଥିଲେ। ବର୍ତ୍ତମାନ କୋର୍ଟ ତାଙ୍କୁ ମଧ୍ୟବର୍ତ୍ତୀକାଳୀନ ଆଶ୍ବସ୍ତି ଦେଇଛନ୍ତି ଏବଂ ତାଙ୍କ ଜାମିନ ଆବେଦନ ଅଗଷ୍ଟ ୨୫ ତାରିଖରେ ଶୁଣାଣି ହେବ ବୋଲି ସୂଚନା ମିଳିଛି । ରାଜ କୁନ୍ଦ୍ର ତାଙ୍କ ଆବେଦନରେ କହିଛନ୍ତି ଯେ ଗତ ବର୍ଷ ସାଇବର ପୋଲିସ ଦ୍ୱାରା ପଞ୍ଜୀକୃତ ହୋଇଥିବା ଏତଲାରେ ତାଙ୍କ ନାମ ଅନ୍ତର୍ଭୁକ୍ତ ହୋଇନାହିଁ। ଏଥିସହ କୁନ୍ଦ୍ରା କହିଛନ୍ତି ଯେ ପୋଲିସକୁ ନିଜର ବିବୃତ୍ତି ଦେଇଛି | ତଦନ୍ତରେ ସହଯୋଗ କରିବା ପାଇଁ ଅନେକ ଥର ଅନୁସନ୍ଧାନକାରୀଙ୍କ କାର୍ଯ୍ୟାଳୟକୁ ଯାଇଥିଲି। କୁନ୍ଦ୍ରା ଏହା ମଧ୍ୟ କହିଛନ୍ତି କି ସେ ଅଧିକାରୀଙ୍କୁ ସମସ୍ତ ଆବଶ୍ୟକୀୟ ଦସ୍ତାବିଜ ପ୍ରଦାନ କରିଛନ୍ତି | ଓକିଲ ସାକ୍ଷୀଙ୍କ ବିବୃତ୍ତି ମଧ୍ୟ ରେକର୍ଡ କରାଯାଇଛି। ଏବେ ରାଜ କୁନ୍ଦ୍ରା ଜେଲରେ ଅଛନ୍ତି। ତେବେ ଅଗଷ୍ଟ ୨୫ ତାରିଖରେ ବମ୍ବେ ଉଚ୍ଚ ହାଇକୋର୍ଟ କୁନ୍ଦ୍ରାଙ୍କୁ ଜାମିନ ପ୍ରଦାନ କରୁଛିକି ନାହିଁ ଦେଖିବାକୁ ରହିଲା ।

 

Breaking News