ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ହ୍ରାସପାଉଛି | କିନ୍ତୁ ଚିନ୍ତା ବଢ଼ାଇଛି ୦ରୁ ୧୮ ବର୍ଷ ଶିଶୁଙ୍କ ସଂକ୍ରମଣ । ଗତ ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହୋଇଥିବା ୯୯୩ ସଂକ୍ରମିତଙ୍କ ମଧ୍ୟରେ ରହିଛନ୍ତି ୧୩୮ ଜଣ ଏହି ବର୍ଗରେ | ଶିଶୁଙ୍କ ସଂକ୍ରମଣ ରୋକିବା ନେଇ DMET ମୁଖ୍ୟ ସିବିକେ ମହାନ୍ତି ପରାମର୍ଶ ଦେଇଛନ୍ତି। କହିଛନ୍ତି କି ଶିଶୁଙ୍କ ସଂକ୍ରମଣ ରୋକିବାକୁ ଅଭିଭାବକ ଓ ଶିକ୍ଷକଙ୍କୁ ସତର୍କ ରହିବାକୁ ପଡ଼ିବ | ଅଭିଭାବକ, ପାଖ ପଡ଼ୋଶୀ, ଶିକ୍ଷକ ଯତ୍ନଶୀଳ ହେଲେ ଶିଶୁ ସୁରକ୍ଷିତ | ଶିଶୁମାନଙ୍କ ଠାରେ ସିଭିଅରିଟି କମ୍ ରହୁଛି ଓ ଅନେକ ଲକ୍ଷଣହୀନ | ଶିଶୁଙ୍କ ସଂକ୍ରମଣ ଆଶା କମ୍, କିନ୍ତୁ ଶୂନ ନୁହେଁ | ସେରୋ ସର୍ଭେ ରିପୋର୍ଟ କହୁଛି, ପିଲାମାନେ ସଂକ୍ରମିତ ହେଉଛନ୍ତି| ଶିଶୁଙ୍କ ସଂକ୍ରମଣଙ୍କୁ ନେଇ ଆତଙ୍କିତ ନହେବାକୁ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି, ପ୍ରଥମ ଓ ଦ୍ୱିତୀୟ ଲହରରେ ୦ରୁ ୧୦ ବର୍ଷ ବୟସର ୩.୫% ପିଲା ସଂକ୍ରମିତ ହେଉଥିଲେ। ୧୦ରୁ ୧୮ ବର୍ଷର ୮ରୁ ୮.୫% ପିଲା ପଜିଟିଭ ଚିହ୍ନଟ ହେଉଥିଲେ। ଦ୍ୱିତୀୟ ଲହରରେ ଡେଲ୍ଟାର ପ୍ରାଦୁର୍ଭାବ ସତ୍ତ୍ୱେ ପିଲାଙ୍କ ସଂକ୍ରମଣ ହାର ୧୨% ପାଖାପାଖି ଥିଲା। ପିଲାମାନେ ପ୍ରାୟତଃ ଗୁରୁତର ହୁଅନ୍ତି ନାହିଁ। ତେଣୁ ଡାକ୍ତରଖାନା ଯିବା ପିଲାଙ୍କ ସଂଖ୍ୟା ବହୁତ କମ୍। ଆଇସିୟୁ ଯିବା ପିଲାଙ୍କ ସଂଖ୍ୟା ମଧ୍ୟ ଢେର କମ୍। ଆକଳନ ଅନୁସାରେ ଯେତିକି ପିଲା ସଂକ୍ରମିତ ହେବେ, ସେଥିରୁ ୫ରୁ ୬% ଡାକ୍ତରଖାନା ଯିବେ ବୋଲି କେନ୍ଦ୍ର ସରକାରଙ୍କ ଆକଳନ କହୁଛି। ତେଣୁ ବର୍ତ୍ତମାନଠୁ ଆତଙ୍କିତ ହେବାର କିଛି ନାହିଁ ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି। ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଆହୁରି କହିଛନ୍ତି, ଯେହେତୁ ତୃତୀୟ ଲହରରେ ପିଲା ଆକ୍ରାନ୍ତ ସଂଖ୍ୟା ବଢିବ ବୋଲି ଆକଳନ କରାଯାଇଛି, ତେଣୁ ରାଜ୍ୟ ସରକାର ପିଲାଙ୍କ ସଂକ୍ରମଣର ମ୍ୟାପିଂ କରୁଛନ୍ତି। ୧୮ ବର୍ଷ ତଳକୁ ଟିକା ଦିଆ ଯାଉ ନ ଥିବାରୁ ସେଥିଲାଗି ପ୍ରସ୍ତୁତି କରାଯାଉଛି। ତେବେ ପିଲାଙ୍କ ସଂକ୍ରମଣ ରୋକିବାକୁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। ଏବେ ଆମର ଶିଶୁ ସଂକ୍ରମଣ ଜାତୀୟ ହାର ଭିତରେ ରହିଛି।
More Stories
ଏନକାଉଣ୍ଟରରେ କୁଖ୍ୟାତ ମାଓବାଦୀ ନିପାତ……
ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ…..
ଶରଧାବାଲି ଅଘଟଣକୁ ନେଇ ଦୁଃଖ ପ୍ରକାଶ କଲେ ଗଜପତି ମହାରାଜ…..