Report Card Odisha

| Daily Odia News

ଆଫଗାନ ସ୍ଥିତି ନେଇ ୨୬ରେ ସର୍ବଦଳୀୟ ବୈଠକ ଡାକିଲେ କେନ୍ଦ୍ର ସରକାର,ରାହୁଲ ଆଣିଲେ ପ୍ରଶ୍ନ……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆଫଗାନିସ୍ତାନରେ ତାଲିବାନ କବଜା କରିବା ପରେ ସେଠାକାର ପରିସ୍ଥିତି ଭୟଙ୍କର ରହିଛି | ଜୀବନ ବଞ୍ଚାଇବାକୁ ସଂଘର୍ଷ କରୁଛନ୍ତି ଆଫଗାନବାସିନ୍ଦ | ତାଲିବାନ୍ ଶାସନ ଫେରିବା ପରେ ଏହାର ପ୍ରଭାବ ଭାରତର ରାଜନୀତି ଠାରୁ ଆରମ୍ଭ କରି ବ୍ୟବସାୟ ଉପରେ ପଡିବା ଆରମ୍ଭ କଲାଣି । ଆଫଗାନ ପରିସ୍ଥିତିକୁ ନେଇ ବୈଦେଶିକ ମନ୍ତ୍ରାଳୟ ସଂସଦର ଉଭୟ ଗୃହର ଦଳୀୟ ନେତାଙ୍କୁ ସୂଚନା ଦେବ। ବୈଦେଶିକ ମନ୍ତ୍ରାଳୟ ଏସ ଜୟଶଙ୍କର ଟ୍ୱିଟ କରି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତ ରାଜନୈତିକ ଦଳର ମୁଖ୍ୟ ନେତାଙ୍କୁ ଆଫଗାନିସ୍ତାନର ସ୍ଥିତି ସମ୍ପର୍କରେ ସୂଚିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତେଣୁ ଅଗଷ୍ଟ ୨୬ ତାରିଖରେ ସର୍ବଦଳୀୟ ବୈଠକ ବସିବାକୁ ଯାଉଛି | ବୈଠକରେ ସଂସଦୀୟ କାର୍ଜ୍ୟମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଏ ସମ୍ପର୍କରେ ଅଧିକ ସୂଚନା ଦେବେ। ଆଫଗାନିସ୍ତାନରେ ତାଲିବାନର କବଜା ପରେ ଆମେରିକା, ଭାରତ, ବ୍ରିଟେନ ଭଳି ଅନେକ ଦେଶ ସେଠାରେ ଫସି ରହିଥିବା ନିଜ ନାଗରିକଙ୍କୁ ବିମାନ ଯୋଗେ ବାହାର କରୁଛନ୍ତି। ଭାରତ ମଧ୍ୟ ସେଠାରେ ଫସି ରହିଥିବା ଭାରତୀୟ ନାଗରିକଙ୍କୁ ବାହାର କରିବାକୁ ପ୍ରତିଦିନ କାବୁଲରୁ ଭାରତକୁ ଦୁଇଟି ବିମାନ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛି। ଭାରତ ଆଶ୍ୱାସନା ଦେଇଛି ଯେ ଆଫଗାନିସ୍ତାନରେ ଫସି ରହିଥିବା ହିନ୍ଦୁ ଓ ଶିଖଙ୍କ ଛଡା ଆବଶ୍ୟକୀୟ ଲୋକଙ୍କୁ ମଧ୍ୟ ସାହାଯ୍ୟ କରିବ। ତେବେ ଏହି ମାମଲାରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପ୍ରଶ୍ନ କରିଛନ୍ତି। ସେ ଟ୍ୱିଟରେ ଜୟଶଙ୍କରଙ୍କ ପୋଷ୍ଟରେ ପ୍ରଶ୍ନ କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦି ଏହି ପ୍ରସଙ୍ଗରେ କାହିଁକି କିଛି କହିବେନି।

Breaking News