ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବିହାରର ମୁଙ୍ଗେରର ପୋଲିସ ଏସପି କର୍ତ୍ତବ୍ୟରେ ଅବହେଳା କରୁଥିବା ପୋଲିସ କର୍ମଚାରୀଙ୍କ ବିରୋଧରେ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଏସପି ଜେଜେ ରେଡ୍ଡୀ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ୨୭ ଜଣ ଟ୍ରେନି (ପ୍ରଶିକ୍ଷଣ ନେଉଥିବା) ପୋଲିସ ସବ୍ ଇନ୍ସପେକ୍ଟରଙ୍କୁ ନିଲମ୍ବିତ କରିଛନ୍ତି। ସୂଚନା ଅନୁଯାୟୀ, ଛଟ୍ ପୂଜାରେ ଆଇନଶୃଙ୍ଖଳା ବଜାୟ ରଖିବା ପାଇଁ ସେମାନଙ୍କୁ ନିୟୋଜିତ କରାଯାଇଥିଲା । କିନ୍ତୁ ସେମାନେ ନିଜ ନିଜ କର୍ତ୍ତବ୍ୟସ୍ଥଳୀକୁ ଯାଇନଥିଲେ । ସୂଚନା ଅନୁଯାୟୀ ବିହାର ପୋଲିସ ମୁଖ୍ୟାଳୟର ନିର୍ଦ୍ଦେଶକ୍ରମେ ବିହାର ପୁଲିସ ଏକାଡେମୀ, ରାଜଗିରରେ ପ୍ରଶିକ୍ଷଣ ନେଉଥିବା ମୋଟ ୩୯ ଜଣ ପ୍ରଶିକ୍ଷାର୍ଥୀ ପୋଲିସ ସବ-ଇନ୍ସପେକ୍ଟରଙ୍କୁ ଛଟ୍ ପର୍ବ, ୨୦୨୩ ଅବସରରେ ଆଇନ ଶୃଙ୍ଖଳା ସମ୍ପର୍କିତ ବ୍ୟବହାରିକ ତାଲିମ ପାଇଁ ମୁଙ୍ଗେର ଜିଲ୍ଲାକୁ ପଠାଯାଇଥିଲା । ସମସ୍ତ ପିଏସଆଇ ଚଳିତ ମାସ ୧୬ ତାରିଖରେ ମୁଙ୍ଗେରରେ ପହଞ୍ଚି ମୁଙ୍ଗେରର ପୋଲିସ ସେଣ୍ଟରରେ ଯୋଗଦାନ କରିଥିଲେ । ଛଟ ପୂଜା ସମୟରେ ଆଇନଶୃଙ୍ଖଳା ବଜାୟ ରଖିବା ପାଇଁ ଯୋଗଦାନ କରିଥିବା ସମସ୍ତ ପ୍ରଶିକ୍ଷଣପ୍ରାପ୍ତ ପୋଲିସ ସବ-ଇନ୍ସପେକ୍ଟରଙ୍କୁ ବିଭିନ୍ନ ଥାନା ଓ ପୁଲିସ ଚୌକୀକୁ ପଠାଯାଇଥିଲା । କିନ୍ତୁ ଏହି ୩୯ ଜଣଙ୍କ ମଧ୍ୟରୁ ମଧ୍ୟରୁ ୨୭ ଜଣ ନି୍ର୍ଦ୍ଧାରିତ ସ୍ଥାନକୁ ଯାଇନଥିଲେ ଓ କାର୍ଯ୍ୟରେ ଯୋଗ ଦେଇନଥିଲେ । କର୍ତ୍ତବ୍ୟରେ ଏପରି ଅବହେଳା ଖବର ଏସପି ଜେଜେ ରେଡ୍ଡୀଙ୍କ ନିକଟରେ ପହଞ୍ଚିବା ପରେ ସେ ଏହି ୨୭ ଜଣଙ୍କୁ ନିଲମ୍ବିତ ପାଇଁ ଆଦେଶ ଜାରି କରିଛନ୍ତି ।






More Stories
ତାରିକ ରହମାନଙ୍କ ଶପଥ ଗ୍ରହଣରେ ଯୋଗଦେବେ ଓମ୍ ବିର୍ଲା…..
ଗର୍ଲଫ୍ରେଣ୍ଡକୁ ସୁଟକେଶରେ ପୁରାଇ ଦେଲେ…..
ଆରାବଳୀକୁ କାହାକୁ ଛୁଇଁବାକୁ ଦେବୁ ନାହିଁ……