ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମୁମ୍ବାଇ କ୍ରୁଜ ଡ୍ରଗ୍ସ ମାମଲାରେ ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କୁ ଆର୍ଥର ରୋଡ ଜେଲ ରୁ ମୁକ୍ତ କରାଯାଇଛି। ୨୮ ଦିନ ଜେଲ୍ ରେ ରହିବ ପରେ ଆଜି ଆର୍ଯ୍ୟନ ଜେଲ ରୁ ମୁକୁଳିଛନ୍ତି । ଡ୍ରଗ୍ସ ପାର୍ଟି ମାମଲାରେ ଅକ୍ଟୋବର ୨ରେ ଆର୍ୟନ ଗିରଫ ହୋଇଥିଲେ। ଏହାପରେ ସେ ଆର୍ଥର ରୋଡ୍ ଜେଲ୍ରେ ଥିଲେ । ଗୁରୁବାର ବମ୍ବେ ହାଇକୋର୍ଟ ଆର୍ୟନଙ୍କୁ ସର୍ତ୍ତ ମୂଳକ ଜାମିନ ମଞ୍ଜୁର କରିଥିଲେ। ଶୁକ୍ରବାର ସେ ଜେଲ ରୁ ମୁକୁଳିବା ଆଶା ଥିଲା, କିନ୍ତୁ ଆବଶ୍ୟକ କାଗଜପତ୍ର ପ୍ରସ୍ତୁତି କାର୍ଯ୍ୟରେ ବିଳମ୍ବ କାରଣରୁ ତାଙ୍କୁ ଆଉ ଗୋଟିଏ ରାତି ଜେଲରେ କଟାଇବାକୁ ପଡିଥିଲା । ଶେଷରେ ଶନିବାର ପୂର୍ବାହ୍ନରେ କାରାଗାର ମୁକ୍ତ ହୋଇଛନ୍ତି ଆର୍ଯ୍ୟନ | ସେପଟେ ଆର୍ୟନ ମନ୍ନତକୁ ଫେରିବା ଖୁସିରେ ପରିବାର ଓ ସମ୍ପର୍କୀୟଙ୍କ ମଧ୍ୟରେ ଖୁସିର ମାହୋଲ ଖେଳି ଯାଇଛି। ଆର୍ୟନଙ୍କୁ ଏନେଇ ଜେଲ ଅଧିକାରୀ କହିଛନ୍ତି ଯେ ଯେତେବେଳେ ତାଙ୍କ ବେଲ ବିଷୟରେ ଆର୍ଯ୍ୟନ୍ ଖାନଙ୍କୁ କୁହାଯାଇଥିଲା ସେତେବେଳେ ବହୁତ ଖୁସି ହୋଇଥିଲେ। ଏହା ସହ ଜେଲ ଅଧିକାରୀ କହିଥିଲେ କି ଜେଲରେ ଆର୍ଯ୍ୟନଙ୍କ ଆଚରଣ ଓ ବ୍ୟବହାର ଭଲ ରହିଛି। ଜେଲ ନିୟମ କାହା ପାଇଁ ପରିବର୍ତ୍ତନ ହେବ ନାହିଁ। ଆର୍ଯ୍ୟନଙ୍କ ପାଇଁ ମଧ୍ୟ ସମାନ ନିୟମ ଥିଲା ।






More Stories
୮ ସାଂସଦ ନିଲମ୍ବିତ…..
ଡାଟା ସେୟାରିଂ ନାଁରେ ନାଗରିକଙ୍କ ଗୋପନୀୟତାର…..
ଏନଡିଏ ବୈଠକରେ ମୋଦୀଙ୍କୁ ଭବ୍ୟ ସ୍ୱାଗତ…..