ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦେଶରେ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି | ଆଜି ଦେଶରେ ଦ୍ଵିତୀୟ ଓମିକ୍ରନ ଆକ୍ରାନ୍ତଙ୍କ ମୁତ୍ୟୁ ହୋଇଛି | ରାଜସ୍ଥାନର ମୃତ୍ୟୁ ଘଟିଥିବା ମାମଲା ସାମ୍ନାକୁ ଆସିଛି। ଉଦୟପୁରର ୭୩ ବର୍ଷୀୟ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ନେଇ ଖବର ମିଳିଛି। କରୋନାର ଏହି ନୂତନ ପ୍ରକରଣରେ ଦେଶରେ ଏହା ୨ୟ ମୃତ୍ୟୁ। ଏହାପୂର୍ବରୁ ମହାରାଷ୍ଟ୍ରରେ ନାଇଜେରିୟା ଫେରନ୍ତାଙ୍କ ମୃତ୍ୟୁ ହୋଇଥିଲା। ସେ ମଧ୍ୟ ଓମିକ୍ରନ ପ୍ରକରଣରେ ସଂକ୍ରମିତ ହୋଇଥିଲେ। ଦେଶରେ ପୁଣି କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ଦେଖାଯିବା ସହ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ମୋଟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୧୨୭୦ରେ ପହଞ୍ଚିଛି। ମୁମ୍ବଇ ଓ ଦିଲ୍ଲୀରେ ଆକ୍ରାନ୍ତଙ୍କ ସଂଖ୍ୟା ସର୍ବାଧିକ ଥିବାରୁ ଏହାକୁ ଦୃଷ୍ଟିରେ କଟକଣା ଲାଗୁ କରାଯାଉଛି। ମୁମ୍ବଇରେ ସନ୍ଧ୍ୟା ୫ଟା ପରେ ସାର୍ବଜନିକ ସ୍ଥାନକୁ ଯିବା ପାଇଁ କଟକଣା ଲାଗୁ ହୋଇଛି। ବେଙ୍ଗାଲୁରୁରେ ସନ୍ଧ୍ୟା ୬ଟା ପରେ ପ୍ରମୁଖ ରାସ୍ତା ଗୁଡିକୁ ବନ୍ଦ ରଖାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି।






More Stories
ପାକିସ୍ତାନରେ ଭୟଙ୍କର ବିସ୍ଫୋରଣ: ୧୫ ମୃତ…..
ଅନିଲଙ୍କ ସମ୍ପତ୍ତି ବାଜ୍ୟାପ୍ତ କଲା ED, ରହିଛି ଭୁବନେଶ୍ୱର ଲିଙ୍କ୍…..
ତୁରନ୍ତ ରୋକନ୍ତୁ ଏସଆଇଆର୍…..