ରିପୋର୍ଟ କାର୍ଡ / ଭୁବନେଶ୍ୱର
ଭୁବନେଶ୍ୱରରେ ମହିଳା ପୋଲିସଙ୍କୁ ଆକ୍ରମଣ ଉଦ୍ୟମ ମାମଲାରେ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ଅଭିଯୁକ୍ତ ବ୍ୟବହାର କରିଥିବା କାର୍କୁ ମଧ୍ୟ ପୋଲିସ ଜବତ କରିଛି । ଜଣକୁ ସାତପଡ଼ାରୁ, ଜଣଙ୍କୁ ଜଗତପୁର ଓ ଅନ୍ୟ ଜଣଙ୍କୁ ଭୁବନେଶ୍ୱରରୁ ଗିରଫ କରିଛି ପୋଲିସ। ତିନି ଦିନ ତଳେ ଆଚାର୍ଯ୍ୟ ବିହାର ସାଇନ୍ସ ପାର୍କ ନିକଟଠୁ ରିଜର୍ଭ ପୋଲିସ ଗଳିରେ ଅଭିଯୁକ୍ତମାନେ ମହିଳା ଅଧିକାରୀଙ୍କ ଗାଡ଼ିକୁ ଆକ୍ରମଣ ଉଦ୍ୟମ କରିଥିଲେ । ଏହି ଘଟଣା ବିଷୟରେ ମହିଳା ଅଧିକାରୀ ଜଣକ ସହିଦ ନଗର ଥାନାରେ ଲିଖିତ ଭାବେ ଅଭିଯୋଗ କରିଥିଲେ । ଏବେ ପୋଲିସ ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଅଭିଯୁକ୍ତ ବ୍ୟବହାର କରିଥିବା ଇନୋଭା କାର୍ ଜବତ କରିବା ସହିତ ସେମାନଙ୍କୁ ଗିରଫ କରିବାରେ ସଫଳ ହୋଇଛି ।






More Stories
ଆଜିଠୁ କେନ୍ଦ୍ର ବିରୋଧରେ କଂଗ୍ରେସର ରଣହୁଙ୍କାର…..
ସହିଦନଗର ଗଣଦୁଷ୍କର୍ମକୁ ନେଇ ନବୀନଙ୍କ ଉଦବେଗ…..
ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କଲା ଯୁବ କଂଗ୍ରେସ…..