Report Card Odisha

| Daily Odia News

ବିଷାକ୍ତ ମଦ ପିଇ ୩ ମୃତ,୩୦ ହସ୍ପିଟାଲରେ ଭର୍ତ୍ତି…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ମଦ୍ୟପାନ ଆମ ସମାଜ ପାଇଁ ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଛି । ତାମିଲନାଡ଼ୁରେ ବିଷାକ୍ତ ମଦ୍ୟପାନ କରି ୩ ଜଣଙ୍କର ମୃତ୍ୟୁ ଘଟିଛି । ଏଥିସହିତ ଏହି କାରଣରୁ ୩୦ ଜଣ ଲୋକ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ରାଜ୍ୟର ବିଲୁପୁରମ ଜିଲ୍ଲାର ମରକ୍କାନମରେ ଏହି ଘଟଣା ଦେଖିବାକୁ ମିଳିଥିଲା । ବିଷାକ୍ତ ମଦ ସେବନ କରିବା ଫଳରେ ୩ ଜଣଙ୍କ ପ୍ରାଣହାନୀ ଘଟିବା ପରେ ଅନ୍ୟ ୩ ଜଣଙ୍କର ସ୍ୱାସ୍ଥ୍ୟାବସ୍ଥା ହଠାତ୍ ବିଗିଡ଼ି ଯାିଥିଳା । ଏବେ ବି କିଛି ଲୋକଙ୍କ ଅବସ୍ଥା ଗମ୍ଭୀର ରହିଥିବା ଜଣାପଡ଼ିଛ । ତେବେ ଏହି ଘଟଣାକୁ ନେଇ ଏବେ ରାଜ୍ୟରେ ହଡ଼କମ୍ପ ସୃଷ୍ଟି ହୋଇଛି । ରାଷ୍ଟ୍ରୀୟ ସୁରକ୍ଷା ଆଇନ ଅନୁଯାୟୀ ପୋଲିସ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଦେଇଛି । ଚଳିତ ମାସରେ ଏହା ପୂର୍ବରୁ ମଧ୍ୟ ଏକ ବିଷାକ୍ତ ମଦମୃତ୍ୟୁ ମାମଲା ସାମ୍ନାକୁ ଆସିଥିଲା । ଏହି ଘଟଣାକୁ ନେଇ ଏବେ ରାଜନୀତି ଆରମ୍ଭ ହୋଇଯାଇଛି । ରାଜ୍ୟରେ ନକଲି ମଦ ବିକ୍ରି ଉପରେ ରୋକ ଲାଗୁ ନେଇ ପଦକ୍ଷେପ ନିଆଯାଇଥିଲେ ହେଁ ଏବେ ପୁଣି ଥରେ ରାଜ୍ୟରେ ନକଲି ମଦ ବିକ୍ରି ହେଉଥିବା ଅନେକ କହିଛନ୍ତି । ତେଣୁ ପ୍ରଶାସନ ଏନେଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି ।

Breaking News