ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଶନିବାର ଠାରୁ ତିନିଦିନଆ ଜମ୍ମୁ କାଶ୍ମୀର ଗସ୍ତରେ ଯାଇଛନ୍ତି । ୩୭୦ ଧାରା ଉଚ୍ଛେଦ ପରେ ଏହା ଶାହଙ୍କ ପ୍ରଥମ ଜମ୍ମୁ କାଶ୍ମୀର ଗସ୍ତ। ତାଙ୍କ ଗସ୍ତ ପୂର୍ବରୁ ଜମ୍ମୁ ଓ ଶ୍ରୀନଗରରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଏହି ଗସ୍ତ ଅବସରରେ ଶ୍ରୀ ଶାହ ଏକ ବିଶାଳ ଜନସମାବେଶରେ ଉଦବୋଧନ ଦେବା ସହିତ ପ୍ରଥମ ଶ୍ରୀନଗର-ଶାରଜାହ ବିମାନ ଚଳାଚଳର ଶୁଭାରମ୍ଭ କରାଇବେ । ଏଥିସହିତ ଦୁଇଟି ମେଡିକାଲ କଲେଜର ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ଏହି କେନ୍ଦ୍ରଶାସିତ ଅଞ୍ଚଳରେ ଏକ ଉଚ୍ଚସ୍ତରୀୟ ସୁରକ୍ଷା ସମୀକ୍ଷା ବୈଠକରେ ଯୋଗଦେବା କାର୍ଯ୍ୟକ୍ରମ ରହିଛି । ଶ୍ରୀ ଶାହଙ୍କ ସହିତ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ସଚିବ ଏ କେ ଭାଲ୍ଲା, ଗୃହ ମନ୍ତ୍ରଣାଳୟର ଅନ୍ୟ ବରିଷ୍ଠ ଅଧିକାରୀଗଣ, କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବାହିନୀଗୁଡିକର ମୁଖ୍ୟ ଏବଂ ଗୁଇନ୍ଦା ବ୍ୟୁରୋ (ଆଇବି)ର ମୁଖ୍ୟ ମଧ୍ୟ ଯାଇଥିବା ଜଣାଯାଇଛି । ଶେର ଇ କାଶ୍ମୀର ଆନ୍ତର୍ଜାତିକ କନଭେନସନ ସେଣ୍ଟର (ଏସକେଆଇସିସି)କୁ ସଂଯୋଗ କରୁଥିବା ରାସ୍ତାରେ ତିନିଦିନ ପାଇଁ ସର୍ବସାଧାରଣଙ୍କ ଯାତାୟତ ଉପରେ କଟକଣା ଲାଗୁ କରାଯାଇଛି । ଏଥିସହିତ ବିଭିନ୍ନ ସ୍ଥାନରେ ଅସ୍ଥାୟୀ ତନଖି ଫାଟକ ଲଗାଯିବା ସହିତ ସେହି ବାଟଦେଇ ଯାଉଥିବା ଯାନବାହନ, ଜନସାଧାରଣଙ୍କର ତଲାସି ନିଆଯାଉଛି । ଏସବୁ ବ୍ୟତୀତ ବିଭିନ୍ନ ସ୍ଥାନରେ ସିସିଟିଭି କ୍ୟାମେରା, ଡ୍ରୋନ ଏବଂ ସନ୍ଧାନୀ କୁକୁର ମୁତୟନ ଭଳି ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।
More Stories
ଗରିବଙ୍କ କୁଡ଼ିଆରେ ଫଟୋ ଉଠାଇ ଆନନ୍ଦ ପାଆନ୍ତି,ଗରିବଙ୍କ ଉପରେ ଭାଷଣ ବୋରିଂ……
ଆସନ୍ତାକାଲି ଦିଲ୍ଲୀ ନିର୍ବାଚନ,ହନୁମାନ ଙ୍କୁ ପୂଜାର୍ଚ୍ଚନା କଲେ କେଜ୍ରିୱାଲ୍……
୨ ଗ୍ରାମବାସୀଙ୍କୁ ହତ୍ୟା କଲେ ନକ୍ସଲ…..