Report Card Odisha

| Daily Odia News

ପାରାଦୀପରେ ୩ ଘାନା ନାଗରି ଠାବ……

ରିପୋର୍ଟ କାର୍ଡ / ପାରାଦୀପ

ପାରାଦୀପ ବନ୍ଦରରେ ୩ ଘାନା ନାଗରିକଙ୍କୁ ନେଇ ଆରମ୍ଭ ହୋଇଛି ତନାଘନା। ରୁଷରୁ ଆସିଥିବା ଏକ ଚୀନ ଜାହାଜ ବନ୍ଦରରେ ଲାଗିବା ପରେ ଏହି ଘାନା ନାଗରିକମାନଙ୍କୁ ଠାବ କରାଯାଇଥିଲା। ଏହି ନାଗରିକମାନେ ଉକ୍ତ ଜାହାଜରେ ଲୁଚିକରି ଆସିଥିଲେ। ପାରାଦୀପ ଇମିଗ୍ରେସନ(ଆପ୍ରବାସନ) କାର୍ଯ୍ୟାଳୟ ଏ ବିଷୟରେ ଅବଗତ ହେବା ପରେ ଉକ୍ତ ଜାହାଜଟିକୁ ନୋଟିସ ଜାରି କରିଛି। କେଉଁ ଉଦ୍ଦେଶ୍ୟରେ ଏହି ନାଗରିକମାନେ ଆସିଛନ୍ତି ତାହା ଜଣାପଡ଼ି ନ ଥିବାବେଳେ ସେମାନଙ୍କୁ ଭାରତର କୌଣସି ବନ୍ଦରରେ ନ ଓହ୍ଲାଇବାକୁ ଜାହାଜକୁ ଇମିଗ୍ରେସନ କାର୍ଯ୍ୟାଳୟ ପକ୍ଷରୁ ଦିଆଯାଇଥିବା ନୋଟିସରେ ନିର୍ଦେଶ ରହିଛି।

Breaking News