ରିପୋର୍ଟ କାର୍ଡ / ଶ୍ରୀନଗର
ଜମ୍ମୁକଶ୍ମୀର ବଡଗାମରେ ଘାଟିରେ ସେନା ଗାଡ଼ି ଦୁର୍ଘଟଣାର ଘଟିଛି | ଦୁର୍ଘଟଣାରେ ୩ ଜଣ ବିଏସଏଫ୍ ଯବାନ ସହିଦ ହୋଇଛନ୍ତି। କେବଳ ସେତିକି ନୁହେଁ, ତାଙ୍କ ସହ ୩୦ରୁ ଅଧିକ ଜଣ ଆହତ ହୋଇଥିବା ସୂଚନା ରହିଛି। ଏମାନଙ୍କ ମଧ୍ୟରୁ ୬ ଜଣ ଗୁରୁତର ଥିବା ଜଣାପଡ଼ିଛି। ସୂଚନାରୁ ପ୍ରକାଶ ଯେ, ସେନା ଗାଡ଼ିଟି ଯାତ୍ରା କରୁଥିବା ବେଳେ ବସ୍ଟି ବୁଧଗାମ ଜିଲ୍ଲାର ଏକ ଘାଟରେ ଖସି ପଡ଼ିଥିଲା। ଗାଡ଼ିଟି ଖସିପଡ଼ିବାରୁ ସେଥିରେ ଥିବା ସୀମା ସୁରକ୍ଷା ବଳର ୩ ଜଣ ଜବାନ ଘଟଣାସ୍ଥଳରେ ହିଁ ସହିଦ ହୋଇ ଯାଇଥିଲେ। ତା’ପରେ ଘଟଣାସ୍ଥଳରୁ ଆହତମାନଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୬ ଜଣଙ୍କ ଅବସ୍ଥା ଏବେ ସଂକଟାପନ୍ନ ରହିଛି। ବିଧାନସଭା ନିର୍ବାଚନର ପରବର୍ତ୍ତୀ ପର୍ଯ୍ୟାୟରେ ନିୟୋଜନ ପାଇଁ ବିଏସ୍ଏଫର ଏହି କର୍ମଚାରୀମାନେ ବସ୍ ଯୋଗେ ଯାଉଥିବା ବେଳେ ୫୨ ସିଟ୍ ବିଶିଷ୍ଟ ଏହି ଗାଡ଼ିଟି ଦୁର୍ଘଟଣାର ଶିକାର ହୋଇ ଶୋକର ବାତାବରଣ ସୃଷ୍ଟି କରିଛି। ଗାଡ଼ିରେ ସମୁଦାୟ ୩୫ ଜଣ ସୈନିକ ଯାତ୍ରା କରୁଥିଲେ ବୋଲି ପୁଲିସ୍ ସୂଚନା ଦେଇଛି। ବସ୍ ପାହାଡ଼ିଆ ରାସ୍ତାରୁ ପ୍ରାୟ ୪୦ ଫୁଟ ତଳକୁ ଖସିପଡ଼ିଥିବା ପୋଲିସ କହିଛି। ସମସ୍ତ ଆହତ ବିଏସଏଫ କର୍ମଚାରୀଙ୍କୁ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି।






More Stories
ଜୀବନ ନେଉଛି SIR…..
ଆସନ୍ତାକାଲି ୧୧ଟା ପର୍ଯ୍ୟନ୍ତ ଗୃହ ମୁଲତବୀ…..
ଖଡଗେ-ନଡ୍ଡା ମୁହାଁମୁହିଁ…..