ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଉତ୍ତର ପ୍ରଦେଶର ପିଲିଭିତ୍ରେ ବଡ଼ ଧରଣ ଏନକାଉଣ୍ଟର ହୋଇଛି। ଖଲିସ୍ତାନୀ କମାଣ୍ଡୋ ଫୋର୍ସର ୩ ଆତଙ୍କୀ ନିହତ ହୋଇଥିବା ସୂଚନା ରହିଛି। ଘଟଣାସ୍ଥଳରୁ ଦୁଇଟି AK-47 ବନ୍ଧୁକ ସହ ଅନ୍ୟ ମାରଣାସ୍ତ୍ର ଜବତ କରିଛି ପୋଲିସ । ଉତ୍ତର ପ୍ରଦେଶ ପିଲ୍ଭିତରେ ୟୁପି ଓ ପଞ୍ଜାବ ପୋଲିସ ମିଳିତ ଭାବେ ଏହି ଏନ୍କାଉଣ୍ଟର କରିଛି। ଗୁରୁଦାସପୁରର ଏକ ଥାନା ଉପରେ ଏହି ୩ ଆତଙ୍କବାଦୀ ହିଁ ହମ୍ଲା କରିଥିଲେ। ଗ୍ରେନ୍ଡ୍ ମାଡ କରିବା ସହ ବୋମା ମଧ୍ୟ ଫିଙ୍ଗିଥିଲେ। ଏନ୍କାଉଣ୍ଟରେ ନିହତ ହୋଇଥିବା ତିନି ଆତଙ୍କବାଦୀ ହେଲେ ଗୁରବିନ୍ଦର ସିଂହ, ବୀରେନ୍ଦ୍ର ସିଂହ ଓ ଜସପ୍ରିତ ସିଂହ। ପୋଲିସ ସୂଚନା ମୁତାବକ, ଆଜି ସକାଳୁ ପୋଲିସ ଷ୍ଟେସନ ଉପରେ ଗ୍ରେନେଡ୍ ହମ୍ଲା କରିଥିବା ତିନି ଖଲିସ୍ତାନୀ ଆତଙ୍କବାଦୀଙ୍କ ସ୍ଥିତି ସମ୍ପର୍କରେ ଗୁରୁଦାସପୁର ପୋଲିସ ୟୁପିର ପୁରାଣପୁର ପୋଲିସ ଷ୍ଟେସନକୁ ଆସି ସୂଚନା ଦେଇଥିଲା। ଏହାପରେ ପୂରା ଅଞ୍ଚଳକୁ ଅବରୋଧ କରି ପୋଲିସ ଯାଞ୍ଚ ଆରମ୍ଭ କରିଥିଲା । ଏହାପରେ ପୁରପୁର ଥାନା ଅଞ୍ଚଳର କମରିୟା ପଏଣ୍ଟରେ ଗୋଟିଏ ବାଇକ୍ ଉପରେ ତିନି ଯୁବକ କିଛି ସନ୍ଧିଗ୍ଧ ଜିନିଷ ଧରି ପିଲଭିତ ଆଡକୁ ଯାଉଥିବା ଦେଖିବାକୁ ମିଳିଥିଲା। ଏହାପରେ ତୁରନ୍ତ ପଞ୍ଜାବ ପୋଲିସ ଟିମ୍ ସେମାନଙ୍କ ପିଛା କରିଥିଲା। ପୋଲିସ କୁ ଦେଖି ତିନି ଖଲିସ୍ତାନୀ ଆତଙ୍କୀ ଗୁଳିମାଡ଼ କରିଥିଲେ। ପୋଲିସ ମଧ୍ୟ ଏହାର ପାଲଟା ଜବାବ ଦେଇଥିଲା। ଏଥିରେ ତିନି ଜଣ ଆତଙ୍କୀ ଗୁରୁତର ହୋଇଥିଲେ। ପରେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ସମସ୍ତଙ୍କ ମୃତ୍ୟୁ ହୋଇଥିବା ପୋଲିସ ସୂଚନା ଦେଇଛି।






More Stories
ଶରିଫ ଉସମାନଙ୍କ ହତ୍ୟା ପଛରେ ୟୁନୁସଙ୍କ ହାତ ଅଭିଯୋଗ……
ବଳାତ୍କାରୀଙ୍କୁ ଜାମିନ,ପୀଡ଼ିତାଙ୍କ ସହ ଅପରାଧୀ ଭଳି ବ୍ୟବହାର…..
ସାନ୍ତାଳୀ ଭାଷାରେ ସମ୍ବିଧାନ ପ୍ରକାଶ…..