Report Card Odisha

| Daily Odia News

ରାଜ୍ୟକୁ ଆସିବ ୩ ଲକ୍ଷ କୋଭିସିଲ୍ଡ ଟିକା…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଆଜି ରାଜ୍ୟକୁ ୩ ଲକ୍ଷ କୋଭିସିଲ୍ଡ ଟିକା ଆସିବ। ଏହା ଆସନ୍ତା ୨ ଦିନ ପାଇଁ କାମରେ ଆସିବ । ଟିକା ପାଇବା ପରେ ଆଜି ହିଁ ସବୁ ଜିଲ୍ଲାକୁ ପଠାଯିବ। ରାଜ୍ୟରେ ଟିକାକରଣ ଚାଲିବ ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ କହିଛନ୍ତି । ସେ କହିଛନ୍ତି ଗୁରୁବାର ୧୦୫୦ କେନ୍ଦ୍ରରେ ୧ ଲକ୍ଷ ୫୪ ହଜାର ୩୩୦ ଜଣ ଟିକା ନେଇଛନ୍ତି । ଶୁକ୍ରବାର ଯାଏଁ ସମୁଦାୟ ୪୮ ଲକ୍ଷ ୧୦ ହଜାର ୭୮୦ ଜଣ ଟିକା ନେଇଛନ୍ତି । ୭ଶହ କେନ୍ଦ୍ରରେ ଚାଲିଛି ଟିକାକରଣ । ଆଜି କୋରାପୁଟରେ ଟୀକାକରଣ ବନ୍ଦ ଅଛି କାରଣ ଟୀକା ନାହିଁ। ଯେଉଁ ଛତିଶଗଡ ସୀମାନ୍ତ ୧୦ ଜିଲ୍ଲାରେ ସଟ୍ ଡାଉନ୍ ହେବ ସେଠି ଶନିବାର ଓ ରବିବାର ଟିକାକରଣ ବନ୍ଦ ରହିବ ବୋଲି ସୂଚନା ମିଳିଛି ।

 

Breaking News