Report Card Odisha

| Daily Odia News

ଗିରଫ ହେଲେ ଯୌନକ୍ରିୟା କରିବାକୁ ବାଧ୍ୟ କରିଥିବା ୩ ପୋଲିସ….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ପଞ୍ଜାବର ମୁକ୍ତସର ଜିଲ୍ଲାର ଜଣେ ପୋଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ଓ ୨ଜଣ ପୋଲିସ କର୍ମଚାରୀଙ୍କୁ ଗିରଫ କରାଯାଇଛି | ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି। ହାଜତରେ ଜଣେ ଓକିଲ ଓ ଆଉ ଜଣେ ବ୍ୟକ୍ତିଙ୍କୁ ନିର୍ଯାତନା ଦିଆଯିବା ମାମଲାରେ ସମ୍ପୃକ୍ତ ଥିବାରୁ ଗିରଫ ହୋଇଥିବା ନେଇ ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି। ଏହି ଅଭିଯୋଗର ତଦନ୍ତ କରିବା ଲାଗି ଲୁଧିଆନାର ପୋଲିସ କମିସନର୍‌ ମନଦୀପ ସିଂହ ସିଦ୍ଧୁଙ୍କ ଅଧ୍ୟକ୍ଷତାରେ ଚାରିଜଣିଆ ସଦସ୍ୟବିଶିଷ୍ଟ ‘ସ୍ପେସାଲ୍‌ ଇନ୍‌ଭେଷ୍ଟିଗେସନ୍‌ ଟିମ୍‌’ର (ଏସ୍‌ଆଇଟି) ଗଠନ କରାଯାଇଛି | ପ୍ରାପ୍ତ ସୂଚନା ଅନୁସାରେ, ସୋମବାର ଦିନ ଜଣେ ‘ଏସ୍‌ପି’ ପାହ୍ୟାର ଅଧିକାରୀଙ୍କ ସମେତ ୬ଜଣ ପୋଲିସ କର୍ମଚାରୀଙ୍କ ନାଁରେ ଅଭିଯୋଗ ହୋଇଥିଲା ଯେ, ସେମାନେ ହାଜତ ଭିତରେ ଜଣେ ଓକିଲଙ୍କୁ ନିର୍ଯାତନା ଦେଇଛନ୍ତି। କେବଳ ସେତିକି ନୁହେଁ, ଜଣେ ସହ-ଅଭିଯୁକ୍ତଙ୍କ ସହିତ ଯୌନକ୍ରିୟା କରିବା ପାଇଁ ମଧ୍ୟ ସେ ଓକିଲଙ୍କୁ ପୋଲିସ କର୍ମଚାରୀମାନେ ବାଧ୍ୟ କରିଥିଲେ। ଉକ୍ତ ଓକିଲଙ୍କ ଅଭିଯୋଗ ଆଧାରରେ ମୁକ୍ତସର ଏସ୍‌. ପି. (ଇନ୍‌ଭେଷ୍ଟିଗେସନ୍‌) ରମନଦୀପ ସିଂହ ଭୁଲ୍ଲାର, ଇନ୍‌ସ୍‌ପେକ୍ଟର୍‌ ରମନ କୁମାର କମ୍ବୋଜ, କନେଷ୍ଟବଳ ହରବଂଶ ସିଂହ, ଭୂପିନ୍ଦର ସିଂହ, ଗୁରୁପ୍ରୀତ ସିଂହ ଓ ହୋମ୍‌ଗାର୍ଡ ଦାରା ସିଂହଙ୍କ ନାଁରେ ମାମଲା ରୁଜୁ କରାଯାଇଛି। କିନ୍ତୁ, ଗିରଫ ହୋଇଛନ୍ତି ଏସ୍‌. ପି. ଭୁଲ୍ଲାର, ଇନ୍‌ସ୍‌ପେକ୍ଟର୍‌ ରମନ କୁମାର କମ୍ବୋଜ ଓ କନେଷ୍ଟବଳ ହରବଂଶ ସିଂହ। ଉକ୍ତ ଓକିଲଙ୍କ ବୟାନ ଆଧାରରେ ଉପ‌ରୋକ୍ତ ପୋଲିସ କର୍ମଚାରୀଙ୍କ ନାମରେ ମାମଲା ରୁଜୁ କରିବା ଲାଗି ସେପ୍ଟେମ୍ବର ୨୨ ତାରିଖ ଦିନ ମୁକ୍ତସର ଚିଫ୍‌ ଜୁଡିସିଆଲ୍‌ ମାଜିଷ୍ଟ୍ରେଟ୍‌ ପୋଲିସ କୁ ଆଦେଶ ଦେଇଥିଲେ। ଓକିଲଜଣକ କରିଥିବା ହାଜତ ନିର୍ଯାତନା ଉପରେ ‘ଏସ୍‌ଆଇଟି’ ତଦନ୍ତ କରି ପଞ୍ଜାବର ‘ଡାଇରେକ୍ଟର୍‌ ବ୍ୟୁରୋ ଅଫ୍‌ ଇନ୍‌ଭେଷ୍ଟିଗେସନ୍‌’କୁ ରିପୋର୍ଟ ଦାଖଲ କରିବ। ସୂଚନାଯୋଗ୍ୟ, କେତେକ ଓକିଲ ଦଳେ ପୋଲିସ କର୍ମଚାରୀଙ୍କୁ ଆକ୍ରମଣ କରି ସେମାନଙ୍କ ‘ୟୁନିଫର୍ମ’ ଚିରି ପକାଇଥିବା ଅଭିଯୋଗରେ ସେପ୍ଟେମ୍ବର ୧୪ ତାରିଖ ଦିନ ଉକ୍ତ ଆଡ୍‌ଭୋକେଟ୍‌ ଓ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିଲା।

Breaking News