ରିପୋର୍ଟ କାର୍ଡ / ପୁରୀ
ନବମ ଶ୍ରେଣୀ ଛାତ୍ରୀଙ୍କୁ କମେଣ୍ଟ ମାରି ୩ ରସିକିଆ ଯୁବକଙ୍କୁ ଉଠବସ୍ କରାଇଲେ ଗ୍ରାମବାସୀ । ଏହାର ଭିଡିଓ ଏବେ ସୋସିଆଲ ମେଡିଆରେ ଭାଇରାଲ ହେଉଛି । ମିଳିଥିବା ସୂଚନା ଅନୁସାରେ- ପୁରୀ ନିମାପଡା ଥାନା ଅରିଷଣ୍ଢ ଗ୍ରାମର ଗୋପ ବଜାରରେ ରସିକିଆଙ୍କୁ ଉଠବସ୍ କରାଇଥିବା ଜଣାପଡିଛି । ତେବେ କମେଣ୍ଟ ମାରିବା ଘଟଣାକୁ ନେଇ ସ୍ଥାନୀୟ ବାସିନ୍ଦା ଏକାଠି ହୋଇ ସେମାନଙ୍କୁ ପ୍ରାୟ ୧୦୦ ଥର ବସ୍-ଉଠ୍ କରାଇଥିଲେ । ସ୍କୁଲରେ କାନଧରି ବସ୍ ଉଠ୍ କଲା ଭଳି ସେମାନେ ୧୦୦ ଥର ବସ୍-ଉଠ୍ ହୋଇଥିଲେ । କମେଣ୍ଟ ମାରୁଥିବା ଯୁବକଙ୍କୁ ଏଭଳି ଦଣ୍ଡ ଦେବା ଉଚିତ୍ ବୋଲି ଲୋକେ କହିଛନ୍ତି । ସୂଚନାଯୋଗ୍ୟ ଯେ, ୩ ଯୁବକ ନିମାପଡା ଥାନା ଅରିଷଣ୍ଢ ଗ୍ରାମର ଗୋପ ବଜାରର ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ କିଛି ଦିନ ହେବ କମେଣ୍ଟ ମାରୁଥିଲେ । କମେଣ୍ଟ ମରାକୁ ନେଇ ଝିଅଟି ନିଜ ବାପାଙ୍କୁ କହିଥିଲେ । ଏହା ପରେ ଝିଅଙ୍କ ବାପା ତାଙ୍କ ସାଙ୍ଗକୁ ନେଇ ୩ ଯୁବକଙ୍କୁ କାବୁ କରିଥିଲେ ଓ ସବୁ ରସିକିଆ ପଣ ଛଡ଼ାଇଦେଇଥିଲେ । ଦଣ୍ଡ ସ୍ୱରୂପ ସେମାନଙ୍କୁ ବଜାରର ପେଣ୍ଡାଲ ଉପରେ ସମସ୍ତଙ୍କ ଆଗରେ ଭୁଲ ମଗାଇ ବସ୍-ଉଠ୍ କରାଉଥିବା ଭିଡିଓରେ ଦେଖିବାକୁ ମିଳୁଛି ।






More Stories
ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା; ବିଦ୍ୟାଭାରତୀଙ୍କ ଆବେଦନର ଶୁଣାଣି ଶେଷ….
ଆମ ବସ୍’ ଯାତ୍ରା ମାଗଣା…..
ଡି.ଏ.ଭି. ପବ୍ଲିକ୍ ସ୍କୁଲ,କଳିଙ୍ଗ ନଗରରେ ରକ୍ଷାବନ୍ଧନ ଉତ୍ସବ ପାଳିତ…..