Report Card Odisha

| Daily Odia News

ଗୋଷ୍ଠୀ ସଂଘର୍ଷ ଘଟଣାରେ ୩୦ ଗିରଫ……

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଭୁବନେଶ୍ୱର ପଟିଆ ସ୍ଥିତ ପଦ୍ମକେଶରପୁର ଗାଁରେ ଗୋଷ୍ଠୀ ସଂଘର୍ଷ ଘଟଣାରେ ୩୦ରୁ ଅଧିକ ଲୋକଙ୍କୁ ଗିରଫ କରିଛି ମଞ୍ଚେଶ୍ୱର ଥାନା ପୋଲିସ । ଗତକାଲି ବିଳମ୍ବିତ ରାତିରେ ଚଢ଼ାଉ କରାଯାଇ ଗିରଫ କରାଯାଇଛି । ଆଗକୁ ଆହୁରି ଗିରଫଦାରୀ ସଂଖ୍ୟା ବଢ଼ିବ ବୋଲି ଜଣାପଡିଛି| ସୂଚନାଯୋଗ୍ୟ, ଗତ ଶୁକ୍ରବାର ଦିନ ପଦ୍ମକେଶରପୁର ଗାଁରେ କ୍ରିକେଟ ଖେଳକୁ ନେଇ ଏକ ନମ୍ବର ଓ ୩ ନମ୍ବର ୱାର୍ଡର ବାସିନ୍ଦାଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ହୋଇଥିଲା। ଏହି ସଂଘର୍ଷରେ ଉଭୟ ପକ୍ଷରୁ କାଚ ବୋତଲ, ପଥର ମାଡ଼ ହୋଇଥିଲା। ପଥରମାଡ଼ରେ ଉଭୟ ପକ୍ଷରୁ ୧୦ ଜଣ ଆହତ ହୋଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ପୋଲିସ କୁ ମଧ୍ୟ ଛାଡ଼ି ନଥିଲେ ଉତ୍ତ୍ୟକ୍ତ ଲୋକେ। ଉଭୟ ପକ୍ଷର ଲୋକେ ପୋଲିସ ଉପରକୁ ପଥର ମାଡ କରିଥିଲେ। ପୋଲିସ ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ନିୟନ୍ତ୍ରଣକୁ ଆସିଥିଲା। ହେଲେ ଗାଁରେ ଚାପା ଉତ୍ତେଜନା ଲାଗି ରହିଥିବାରୁ ୨ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିଲା। ଗତକାଲି ବିଳମ୍ବିତ ରାତିରେ ପୋଲିସ ଚଢ଼ାଉ କରି ଉଭୟ ପକ୍ଷରୁ ୩୦ ଅଧିକ ଲୋକଙ୍କୁ ଗିରଫ କରିଛି।

Breaking News