ରିପୋର୍ଟ କାର୍ଡ / ଜୟପୁର
ଏକ ପଇଡ ବୋଝେଇ ଟ୍ରକରୁ ୩୦୧ କିଲୋଗ୍ରାମ ଗଞ୍ଜେଇ କୋରାପୁଟ ପୋଲିସ ଜବତ କରିଛି | ଏହାକୁ କୋରାପୁଟ ଜିଲ୍ଲା ଲମତାପୁଟ ଅଞ୍ଚଳରୁ ବୋଝେଇ କରାଯାଇ ଉତ୍ତର ପ୍ରଦେଶର ମିରଟକୁ ଚୋରାରେ ଚାଲାଣ କରାଯାଉଥିଲା। ଟ୍ରକରେ ଗଞ୍ଜେଇ ଚୋରାରେ ଚାଲାଣ କରାଯାଉଥିବା ସମ୍ପର୍କରେ ଗୁପ୍ତ ସୂଚନା ମିଳିବା ପରେ ଜୟପୁର ସଦର ପୁଲିସ ପକ୍ଷରୁ ଉକ୍ତ ଟ୍ରକର ପିଛାକରି ତାହାକୁ ଜୟପୁର ଘାଟିରେ ଅଟକାଇଥିଲେ। ତଲାସି ନିଆଯିବା ପରେ ଟ୍ରକ ଡାଲାରୁ ୩୦୧ କିଲୋଗ୍ରାମ ଗଞ୍ଜେଇ ମିଳିଥିଲା। ଟ୍ରକଟି ହରିଆଣାର ବୋଲି ଜଣାଯାଇଛି। ଏହି ଘଟଣାୋର ପୁଲିସ ୪ ଜଣଙ୍କୁ ଗିରଫ କରିଛି।






More Stories
ବାଛୁରୀ ପାଟିରେ ଫୁଟିଛି ବାରୁଦ…..
ନାବାଳିକାକୁ ଦୁଷ୍କର୍ମ ଓ ପ୍ରସବ ଘଟଣା:ସିଲ୍ ହେବ ନର୍ସିଂହୋମ୍…..
ଶ୍ରୀମନ୍ଦିର ଭିତରେ ମୋବାଇଲରେ କଥା ହେଲେ ଶ୍ରଦ୍ଧାଳୁ…..